ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକ ସୋମବାର ରାଫେଲ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ରାଫେଲ୍ ଯୁଦ୍ଧ ବିମାନ ଉଡ଼ାଇଛନ୍ତି। ଭାରତୀୟ ବାୟୁସେନାରୁ ମିଳିଥିବା ସୂଚନା ଅନୁଯାୟୀ ଡିକେ ପଟ୍ଟନାୟକ ପଶ୍ଚିମବଙ୍ଗର ହାସିମରା ଏୟାରବେସରେ ଥିବା ରାଫେଲ୍ ଫାଇଟର୍ ଜେଟରେ ଉଡ଼ାଣ ଭରିଥିଲେ।
ଏୟାର ମାର୍ଶାଲ୍ ଦିଲୀପ କୁମାର ପଟ୍ଟନାୟକ ‘ଇଷ୍ଟର୍ଣ୍ଣ ଏୟାର୍ କମାଣ୍ଡ୍’ର ଏୟାର ଅଫିସର୍ କମାଣ୍ଡିଂ ଇନ୍ ଚିଫ୍ (ଏଓସି-ଇନ୍-ସି) ଭାବେ ନିଯୁକ୍ତ ହୋଇଛନ୍ତି। ଏହି କାରଗିଲ୍ ହିରୋ ପ୍ରଥମ ଓଡ଼ିଆ ଭାବେ ରାଫେଲ୍ ବିମାନ ଉଡାଇବାରେ ସଫଳତା ପାଇଛନ୍ତି।
ଗତବର୍ଷ ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ‘ଅତି ବିଶିଷ୍ଟ ସେବା’ ମେଡାଲ ଗ୍ରହଣ କରିଥିଲେ ଦିଲ୍ଲୀପ କୁମାର ପଟ୍ଟନାୟକ । ଦିଲ୍ଲୀପ ପଟ୍ଟନାୟକଙ୍କ ଘର ଭୁବନେଶ୍ୱରରେ। ସେ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ନଂ-1 ଓ ଡିଏମ୍ ସ୍କୁଲର ଛାତ୍ର।
1984 ମସିହା ଜୁନ୍ 8 ତାରିଖରେ ତାଙ୍କୁ ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମରେ ସାମିଲ କରାଯାଇଥିଲା। ବାୟୁସେନାରେ କ୍ୟାରିୟର ସମୟରେ ସେ ମିରାଜ 2000 ଏବଂ ମିଗ୍ 21 ସମେତ ବିଭିନ୍ନ ପ୍ରକାରର ଲଢୁଆ ଏବଂ ଟ୍ରେନର ବିମାନ ଉଡାଇଛନ୍ତି।
Comments are closed.