Latest Odisha News

BREAKING NEWS

ବାତ୍ୟା ବାୟୁ: ଦୁର୍ବିପାକ ପରିଚାଳନା ନେଇ ଓଡିଶାର ପରାମର୍ଶ ଲୋଡିଲା ଗୁଜୁରାଟ

ଭୁବନେଶ୍ୱର : ଭୟଙ୍କର ସାମୁଦ୍ରିକ ଝଡ ‘ବାୟୁ’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟ ଉପକୂଳରେ ମାଡ ହେବାକୁ ଥିବାବେଳେ ଏହାର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କ ସହାୟତା ଲୋଡିଛି ଗୁଜୁରାଟ ।

ଏନେଇ ଗୁଜୁରାଟର ମୁଖ୍ୟ ଶାସନ ସଚିବ ଜେଏନ୍ ସିଂହ ବୁଧବାର ଦିନ ଓଡିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି । ଏଥିସହିତ ଯୁଦ୍ଧକାଳୀନ ଭିତ୍ତିରେ ବାୟୁର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ସହାୟତା ମାଗିଛନ୍ତି ଗୁଜୁରାଟ ସରକାର ।

ଉଲ୍ଲେଖଯୋଗ୍ୟ, ମେ’ ୩ ତାରିଖରେ ଓଡିଶାରେ ତାଣ୍ଡବ ରଚିଥିବା ପ୍ରଳୟଙ୍କାରୀ ବାତ୍ୟା ‘’ଫନି’ର ସୁଚାରୂ ରୂପେ ମୁକାବିଲା କରି ଦେଶ ଓ ବିଦେଶରେ ଉଚ୍ଚ ପ୍ରଶଂସିତ ହୋଇଥବଲେ ଓଡିଶା ସରକାର ।

Leave A Reply

Your email address will not be published.