Latest Odisha News

ପୁରୀ ଐତିହ୍ୟ ପ୍ରକଳ୍ପ; ନ୍ୟାୟଳୟ ବି ମିଲିଭଗତରେ ଚାଲିଛି କହିଲେ ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର: ଶ୍ରୀମନ୍ଦିର ହେରିଟେଜ୍ କରିଡର ପ୍ରକଳ୍ପ ଅଧୀନରେ ନିର୍ମାଣ କାର୍ଯ୍ୟ ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ଅନୁଯାୟୀ ଚାଲିଛି ଏବଂ କୌଣସି ଏଜେନ୍ସି ଏହାକୁ ରୋକି ପାରିବେ ନାହିଁ । ପୁରୀ ସାଂସଦ ପିନାକି ମିଶ୍ର ଶନିବାର ଏହା କହିଛନ୍ତି। ତେବେ ନିର୍ମାଣ କାର୍ଯ୍ୟ ଆଇନ ଅନୁଯାୟୀ ଚାଲିଛି କି ନାହିଁ ତାହା କୋର୍ଟ ସ୍ଥିର କରିବେ ବୋଲି କହିଛନ୍ତି।

ତେବେ ସାଂସଦ ପିନାକୀ ମିଶ୍ର ଏଭଳି ଜବାବ ରଖିବା ପରେ ପୁରୀ ଗୋବର୍ଦ୍ଦନ ପୀଠର ମୁଖ୍ୟ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି, ଏଠାରେ ସରକାରଙ୍କର ଧାରଣା ଅଛି ତାଙ୍କ ପାଖରେ ଲୋକମତ ଅଛି। ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି । ତାଙ୍କୁ ଯେତେବେଳେ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ସେତେବେଳେ ସେ ମାନିବେ, ତା ପୂର୍ଵରୁ ଏମାନେ ମାନିବେ ନାହିଁ। ସେହିପରି ଓଡିଶାରେ  ବିଜେଡି ଓ ବିଜେପି ମିଶିକରି ଚାଲୁଛି। କଂଗ୍ରେସ କଣ ଅଛି କି ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ରାଜ୍ୟରେ ବିଜେଡିକୁ ଚ୍ୟାଲେଞ୍ଜ କରିବା ଭଳି କୌଣସି ଦଳ ଅଛି କି ବୋଲି ଧର୍ମଗୁରୁ ପ୍ରଶ୍ନ କରିଛନ୍ତି।

ତେବେ ଏହାପରେ କହିଛନ୍ତି, ନ୍ୟାୟଳୟ ସହିତ ମଧ୍ୟ ଏଠାରେ ମିଲି ଭଗତ ରହିଛି। ନ୍ୟାୟାଳୟ ନିର୍ମାଣ କାର୍ଯ୍ୟକୁ ବନ୍ଦ କଲେ ନାହିଁ । ବରଂ ତାରିଖ ପରେ ତାରିଖ ଗଡାଇ ଚାଲୁଛନ୍ତି । ତେବେ ତାଙ୍କ ଉପରେ ଦେବରାଜ ଇନ୍ଦ୍ର ମଧ୍ୟ ଚାପ ପ୍ରୟୋଗ କରିପାରିବେ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ସେ କହିଛନ୍ତି, ଓଡିଶାରେ ବା ପୁରୀରେ ସେ ଯେତେବେଳେ ନ ଥାନ୍ତି ସେତେବେଳେ ଏଠାରେ କାମ ହୁଏ । ଏହା ଅର୍ଥ ତାଙ୍କ (ସରକାର) ମନରେ ମୋ ପ୍ରତି ଭୟ ଏବଂ ଡର ଅଛି । ତେବେ ଲୋକେ ଯଦି ଭାବିବେ ସବୁକିଛି ଶଂକରାଚାର୍ଯ୍ୟ ସବୁ କରିବେ, ତା ହେଲେ ଶାସନତନ୍ତ୍ର ଜନମତ ଭାବିବେ ସବୁକିଛି ତାଙ୍କ ସପକ୍ଷରେ ଅଛି ଏବଂ ସେ ସବୁ କାମ କରିଚାଲିବେ।

ଏହାକୁ ନେଇ ବରିଷ୍ଠ ଓକିଲ ମାନସ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସତ୍ୟପାଠ ଦାଖଲ ପରେ ଏଏସଆଇ କାରଣ ଦର୍ଶାଅ ନୋଟିସ ଦେଇ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କହିବା କଥା। ହେଲେ ଏତିକି କାମ କରିବାରେ ଏଏସଆଇକୁ ଅସୁବିଧା କେଉଁଠି ରହୁଛି ନା କୌଣସି ଚାପ ରହିଛି ତାକୁ ନେଇ ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ ଆଇନଜୀବୀ ତଥା ଦେଶର ଜଣାଶୁଣା ଅର୍ଥନୀତିଜ୍ଞ ସୁବ୍ରମଣ୍ୟମ୍ ସ୍ୱାମୀ । ସେ କହିଥିଲେ ମାମଲା ବାବଦରେ ଅବଗତ ଅଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସହ ଏ ବାବଦରେ ଆଲୋଚନା କରିବେ।

Comments are closed.