ନବୀନ ସରକାରଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ: ରାଜ୍ୟର ବିକାଶ ଓ ଲୋକାଭିମୁଖୀ ଯୋଜନା ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିଛି
ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିକୁ ପୁରିଲା ୩ ବର୍ଷ । ରାଜ୍ୟର ବିକାଶ ଓ ଲୋକାଭିମୁଖୀ ଯୋଜନା ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିଛି । 5T ସହିତ ‘ମୋ ସରକାର’ ବ୍ୟବସ୍ଥା । ଥାନାଠୁ ଡାକ୍ତରଖାନା ଯେ କୌଣସି ସରକାରୀ ଅଫିସରେ ଉତ୍ତମ ସେବା ମିଳୁଛି କି ନାହିଁ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଖୋଲିଛି ‘ମୋ ସରକାର’ ଫିଡ୍ ବ୍ୟାକ୍ ସେଲ୍ । ଦୁର୍ନୀତି ବିରୋଧରେ ନିରନ୍ତର ଜିରୋ ଟଲେରାନ୍ସ ନୀତି ଯୋଗୁ ଅନେକ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବାଦ ପଡିନାହାନ୍ତି ବରିଷ୍ଠ ଆଇଏଏସ୍ କି ଆଇପିଏସ୍ ଅଫିସର ।
‘ଲୋକଙ୍କ ସମୃଦ୍ଧିରେ ରାଜ୍ୟର ଉନ୍ନତି’ । ଆଉ ଏଥିପାଇଁ ଆବଶ୍ୟକ ଏକ ଲୋକାଭିମୁଖୀ ଏବଂ ଉତ୍ତରଦାୟୀ ପ୍ରଶାସନ । ତେବେ ଏ ରାଜ୍ୟ ଲୋକଙ୍କର, ଏହାର ରାଜସ୍ୱ ଲୋକଙ୍କର । ଆଉ ଏ ରାଜ୍ୟକୁ ଚଳାଉଥିବା ସରକାର ବି ଲୋକଙ୍କର । ଉଭୟ ରାଜ୍ୟବାସୀ ଓ ସରକାରୀ କଳକୁ ସରକାରର ବାସ୍ତବ ଭୂମିକା ବୁଝାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି ନବୀନ ସରକାର । ଯେଉଁଥିରେ ୧୬୦ ଦୁର୍ନୀତି ଖୋର ବାବୁଙ୍କୁ ଚାକିରୀରୁ ବିଦା କରାଯାଇଛି । ପଞ୍ଚମ ପାଳିରେ ଲକ୍ଷ୍ୟ ରହିଛି, ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ଏବଂ ଦୁର୍ନୀତି ମୁକ୍ତ ଶାସନ । ଯାହାକୁ ପୂରଣ କରିବା ଲାଗି ୨୦୨୧ ସେପ୍ଟମ୍ବର୧ରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ ପଦକ୍ଷେପ ନେଇଥିଲେ ମୁଖ୍ୟମନ୍ତ୍ରୀ ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟହେଲଥ କାର୍ଡ ପ୍ରଚଳନ କରିଥିଲେ । ଯେଉଁଥିରେ ଦୈନିକ ୩ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ନବୀନ ସରକାର। ଏହାସହ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର ଆରମ୍ଭ କରିଥିଲେ ମୋ ସ୍କୁଲ କାର୍ଯ୍ୟକ୍ରମ । ୫ଟି ଅଧୀନରେ ୨ ହଜାରରୁ ଅଧିକ ସ୍କୁଲ ରୂପାନ୍ତରଣ ସରିଛି।
ସେହିପରି କଳାର ପ୍ରଦେଶ ଓଡିଶାରେ ମନ୍ଦିରମାନଙ୍କ ବିକାଶ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୮ଶହ କୋଟି ଟଙ୍କା ଏବଂ ଲିଙ୍ଗରାଜ, ତାରାତାରିଣୀ, କଟକଚଣ୍ଡୀ, ସମଲେଶ୍ବରୀ, ନୃସିଂହନାଥ ମନ୍ଦିର ବିକାଶ କାର୍ଯ୍ୟ ପାଇଁ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଯୋଜନା କରିଛନ୍ତି ।
Comments are closed.