Latest Odisha News

BREAKING NEWS

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍: ସନ୍ଦେହ ଘେରରେ ପରିବହନ ଅଧିକାରୀ

ଭୁବନେଶ୍ୱର: ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ସୁରକ୍ଷିତ। ଏହାଦ୍ୱାରା ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ପରିବହନ କମିଶନର କହିଛନ୍ତି। କିନ୍ତୁ ଏପରି ନମ୍ବର ପ୍ଲେଟ ପେଟ୍ରୋଲ ଏବଂ କିରୋସିନିରେ ଲିଭି ଯାଉଛି ବୋଲି ଅଭିଯୋଗ ହୋଇଛି। ତେଣୁ କାହିଁକି ଏହି ନମ୍ବର ଲଗାଯିବ ଏବଂ କିପରି ଏହା ସୁରକ୍ଷିତ ଏହାର ଉତ୍ତର ଏଯାଏ ପରିବହନ କମିଶନର ରଖିନାହିଁ।

ସେହିପରି କେନ୍ଦ୍ର ସରକାର ଏହି ସବୁ ନମ୍ବର ଲଗାଇବାକୁ କେନ୍ଦ୍ର ସରକାର କହିଛନ୍ତି। କିନ୍ତୁ କେବେ ସୁଦ୍ଧା ବୋଲି ଉଲ୍ଲେଖ ନଥିବା ବେଳେ ପରିବହନ ବିଭାଗ ନମ୍ବର ଲଗାଇବା ନେଇ ନିର୍ଦ୍ଦିଷ୍ଟ ଅବଧି ଘୋଷଣା କରିବା ପଛରେ କେଉଁ ସ୍ୱାର୍ଥ ରହିଛି। ସେହିପରି ନକଲେ ଜୋରିମାନା ବ୍ୟବସ୍ଥା ନେଇ କିଏ ଦେଇଛି ନିର୍ଦ୍ଦେଶ ତାହା ଉଲ୍ଲେଖ ନାହିଁ ।

ଆଉ ଏକ ଦିଗଟି ହେଲା ରାଜ୍ୟରେ ପାଖାପାଖି ୫୦ ଲକ୍ଷ ଗାଡିର ନମ୍ବର ପ୍ଲେଟ ବଦଳିବ। ଏପରି ସ୍ଥିତିରେ କାହିଁକି ଧାର୍ୟ୍ୟ ମୂଲ୍ୟ ହେଉନି। ଏବେର ନମ୍ବର ପ୍ଲେଟ ପାଇଁ ପ୍ରାୟତଃ ୧୦୦ ଟଙ୍କାରେ ତିଆରି ହୋଇଯାଉଥିବା ବେଳେ ନୂଆ ନମ୍ବର ପ୍ଲେଟ ପାଇଁ ୪୦୦ରୁ ଅଧିକ ଟଙ୍କା ଦେବାକୁ ପଡିବ ବୋଲି କୁହାଯାଉଛି। ଅନ୍ୟପଟେ ଟେଣ୍ଡର ପାଇଥିବା ଲୋକ ହିଁ ଏହି ନମ୍ବର ପ୍ଲେଟ ଦେଇପାରିବ ବୋଲି କୁହାଯାଇଛି। ଏପରି ସ୍ଥିତିରେ ଜଣେ ଲୋକ ଶୋଷଣର ଶିକାର ନହେବ ତାରା ଗ୍ୟାରେଣ୍ଟି ପରିବହନ କମିଶନର ଦେବେ କି ? ଯଦି କେଉଁ ଅବଧି ଭିତରେ ନମ୍ବର ଲଗାଇବାକୁ ନେଇ ନିର୍ଦ୍ଦେଶନାମା ଜାରି କରିପାରୁଛନ୍ତି ତାହେଲେ ଦର କାହିଁକି ନୁହେଁ?

ନିକଟରେ ଓଡିଶା ନମ୍ବର ପ୍ଲେଟ୍ ଆଣ୍ଡ ଷ୍ଟିକରିଂ ଆର୍ଟିଷ୍ଟ ଆସୋସିଏସନ ସଂଘ କହିଛ ଯେ ସମସ୍ତ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ଲଗାଇବା ବାଧ୍ୟତାମୂଳକ କରିବା ଦ୍ୱାରା ସେମାନଙ୍କ ଭଳି ବ୍ୟକ୍ତିଙ୍କ ବ୍ୟବସାୟରେ ତାଲା ପଡିବ । ଆଉ ସାରା ରାଜ୍ୟରେ ୨୦ ହଜାରରୁ ଅଧିକ ନମ୍ବର ପ୍ଲେଟ ଆର୍ଟିଷ୍ଟଙ୍କ ଗୁଜୁରାଣ ଚାପରେ ପଡିବାକୁ ଯାଉଛି । ତେଣୁ ସରକାର ଏହାର କିଛି ବିକଳ୍ପ ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛି ସଂଘ । ନହେଲେ ପେଟପାଟଣା ପାଇଁ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି ।

Comments are closed.