ନୂଆଦିଲ୍ଲୀ: ରାଜ୍ୟସଭା କିମ୍ବା ଲୋକସଭା ଉପ-ନିର୍ବାଚନରେ ଟିକେଟ୍ ନ ମିଳିବା କାରଣରୁ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନକଭିଙ୍କୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି। ରାଜ୍ୟସଭାରେ ନକଭିଙ୍କ କାର୍ଯ୍ୟକାଳ ଜୁଲାଇ 7 ରେ ଶେଷ ହେବ। ଅନ୍ୟପଟେ ଶନିବାର ବିଜେପି ୟୁପିରୁ ଦୁଇଟି ଲୋକସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଯେଉଁଥିରେ ନକଭିଙ୍କ ନାମ ନାହିଁ। ପାର୍ଟି ଆଜମଗଡରୁ ଭୋଜପୁରୀ ଅଭିନେତା ଦୀନେଶ ଲାଲ ଯାଦବ ନିରୁହୁ ଏବଂ ରାମପୁରର ଘନଶ୍ୟାମ ଲୋଧିଙ୍କୁ ପ୍ରାର୍ଥୀ କରିଛି।
ରାଜ୍ୟସଭା ପରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକଭି ଲୋକସଭା ଉପ-ନିର୍ବାଚନ ପ୍ରାର୍ଥୀ ତାଲିକାରେ ନ ଥିବାରୁ ସନ୍ଦେହ ବଢ଼ିଛି। ରାଜ୍ୟସଭାର ନକଭିଙ୍କ କାର୍ଯ୍ୟକାଳ ଜୁଲାଇ 7 ରେ ଶେଷ ହେବ, ଏହା ପରେ ସେ ଉଭୟ ଗୃହର ସଦସ୍ୟ ହେବେ ନାହିଁ। ତେଣୁ ସେ ସାଂସଦ ଭାବେ ନିର୍ବାଚିତ ନହୋଇ ସର୍ବାଧିକ ଛଅ ମାସ ମନ୍ତ୍ରୀ ପଦରେ ରହିପାରିବେ। ହେଲେ ଆଗକୁ ସାଧାରଣ ନିର୍ବାଚନ ଏପରି ସ୍ଥିତିରେ ନକଭୀ ଯଦି ପଦ ହରାଇବେ ତାହେଲେ ଅଳ୍ପ ସଂଖ୍ୟକ ମନ୍ତ୍ରୀଙ୍କୁ ମୋଦୀ ସରକାର ଅବହେଳା କଲେ ବୋଲି ଅଭିଯୋଗ ଆସିବ।
ତେବେ ବିଜେପି ପାଖରେ ନକଭିଙ୍କୁ ସଂସଦକୁ ଆଣିବା ପାଇଁ ଆଉ ଏକ ବିକଳ୍ପ ଅଛି ବୋଲି ଜଣାପଡିଛି। ତେଣୁ ଏହାକୁ ନେଇ ଦଳ ନରିବ ରହିଛି।ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କ ରାଜ୍ୟସଭା ଆସନ ଚଳିତ ମାସରେ ଖାଲି ରହିବ। ଶାହା ଏପ୍ରିଲରେ ସାଂସଦ ହୋଇଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ବାକି ଅଛି। ଏଭଳି ପରିସ୍ଥିତିରେ ଦଳ ତ୍ରିପୁରାରେ ହେବାକୁ ଥିବା ରାଜ୍ୟସଭା ଉପ-ନିର୍ବାଚନ ମାଧ୍ୟମରେ ନକଭିଙ୍କୁ ଗୃହର ସଦସ୍ୟ କରିପାରେ। ଆଉ ନକଭିଙ୍କୁ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଦିଆଯାଇପାରେ ବୋଲି ଆଲୋଚନା ହେଉଛି।
Comments are closed.