Latest Odisha News

[ଦେଖନ୍ତୁ ଭିଡିଓ] ଖୋଲା କୂଅରେ ଖସିପଡିଲା କଲରାପତରିଆ ବାଘ, ଉଦ୍ଧାର ପରେ ଜଙ୍ଗଲମୁହାଁ

ସମ୍ବଲପୁର  : କୂଅ ଭିତରୁ ଉଦ୍ଧାର ହେଲା କଲରାପତରିଆ ବାଘ। ଓଡ଼ିଶା ସମ୍ବଲପୁର ଚାରମାଳା ପରିସର ହିନ୍ଦୋଳଘାଟ ନକଟରେ ଥିବା ଏହି କୂଅରେ ବାଘଟି ପଡ଼ିଯାଇଥିଲା। ପରିତ୍ୟକ୍ତ ଅବସ୍ଥାରେ ଖୋଲା କୂଅଟି ଥିବାବେଳେ ଅନ୍ଧାରରେ ବାଘଟି ଜାଣିନପାରି କୂଅ ଭିତରେ ଖସିପଡ଼ିଥିଲା। କୂଅରେ ପାଖାପାଖି ୬ଫୁଟ ଯାଏ ପାଣି ରହିଥିଲା। ବାଘଟିର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବାଘଟିକୁ ଉଦ୍ଧାର କରିପାରିନଥିଲେ।

ଶେଷରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ବନବିଭାଗ ପହଞ୍ଚି ବାଘଟିକୁ କୂଅ ଭିତରୁ ଉଦ୍ଧାର କରିଥିଲେ। ତେବେ ବାଘଟି ଉଦ୍ଧାର ହେବା ପରେ ପରେ ଜଙ୍ଗଳକୁ ଦୌଡି ପଳାଇଯାଇଥିଲା।

Comments are closed.