Latest Odisha News

BREAKING NEWS

ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ପୁଅ ଆଉ ପୁତୁରା ଗଣଦୁଷ୍କର୍ମ  ଅଭିଯୋଗରେ ଗିରଫ

ନାବାଳିକାକୁ ସରକାରୀ କାରରେ କରିଥିଲେ ଗଣଦୁଷ୍କର୍ମ

ହାଇଦ୍ରାବାଦ:  ହାଇଦ୍ରାବାଦର ଜୁବିଲି ହିଲ୍‌ସ୍‌ରେ  ନାବାଳିକାଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମ ଅଭିଯୋଗରେ ‘ଅଲ୍‌ ଇଣ୍ଡିଆ ମଜିଲି-ଇ-ଇତ୍ତେହାଦୁଲ୍‌ ମୁସ୍‌ଲିମ୍‌’ର (ଏଆଇଏମ୍‌ଆଇଏମ୍‌) ବିଧାୟକଙ୍କ ନାବାଳକ ପୁଅ ଏବଂ ପୁତୁରାଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ସଂପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୫ଜଣ ନାବାଳିକା ଏବଂ ଜଣେ ପ୍ରାପ୍ତବୟସ୍କ ବୋଲି ପୋଲିସ ପ୍ରକାଶ କରିଛି । ସମସ୍ତ ଅଭିଯୁକ୍ତ ରାଜନୀତି ସହିତ ସମ୍ପୃକ୍ତ ଥିବା ପରିବାରମାନଙ୍କର ସଦସ୍ୟ ବୋଲି ଜଣାପଡିଛି। ଗଣଦୁଷ୍କର୍ମ କରାଯାଇଥିବା କାର୍‌ଟିକୁ ମଧ୍ୟ ଜବତ କରାଯାଇଛି। ତେବେ ସେମାନେ ପ୍ରମାଣ ନଷ୍ଟ ପାଇଁ କାରକୁ ଧୋଇଦେଇଥିବା ପୋଲିସ କହିଛି ।

ପ୍ରାଥମିକ ତଦନ୍ତ ପରେ ପୋଲିସ କହିଛି ଯେ ସାଦୁଦ୍ଦୀନ ମଲିକଙ୍କ ସମେତ କେବଳ ୫ଜଣ ଅଭିଯୁକ୍ତ ପ୍ରକୃତରେ ଗଣଦୁଷ୍କର୍ମରେ ସମ୍ପୃକ୍ତ ଥିବା ବେଳେ ମଙ୍ଗଳବାର ଦିନ ଗିରଫ ହୋଇଥିବା ୫ମ ନାବାଳକଜଣକ ବାଳିକା ସହିତ ଦୁଷ୍କର୍ମ କରାଯାଇଥିବା ବେଳେ ଉପସ୍ଥିତ ନ ଥିଲେ। ଘୃଣ୍ୟ ଅପକର୍ମ ଘଟିବାର ପୂର୍ବରୁ ସେ କାର୍‌ରୁ ଓହ୍ଲାଇ ଯାଇଥିଲେ। ତେଣୁ, ୫ମ ନାବାଳକ ଆନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇନାହିଁ।  ଏଭଳି ଅପରାଧ ନିମନ୍ତେ ସେମାନଙ୍କ ପାଇଁ କଠୋର ଦଣ୍ଡ ବିଧାନ କରାଯିବ।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିଥିଲେ । ପ୍ରଥମେ ପୋଲିସ ରାଜନୈତିକ ଚାପରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ବିଳମ୍ଭ କରିଥିଲା । ୧୮ ବର୍ଷିୟ ସାଦୁଦ୍ଦୀନ ମଲିକକୁ ପୋଲିସ ଜେରା କରୁଥିବା ବେଳେ ଅନ୍ୟମାନଙ୍କୁ ‘ଜୁଭେନାଇଲ୍‌ କୋର୍ଟ’ ହାଜତରେ  ରଖାଯାଇଛି।

Leave A Reply

Your email address will not be published.