Latest Odisha News

BREAKING NEWS

ଅନୁବାଦ କବିତା : କେତେ ଦାବି ଯଥାର୍ଥ

ମୂଳ ରଚନା : ଆନ୍ନା ଆଖମାତୋଭା 

 

କେତେ ଅଧିକାର ଦାବି କରିପାରେ ଜଣେ ପ୍ରେମିକା
କିଛି ବି ନୁହେଁ
ଯଦି ସେ ମହିଳାଟି ପରିତ୍ୟକ୍ତା
ମୁଁ ଖୁବ୍ ଖୁସି ଯେ ଆଜି ରଙ୍ଗ ହୀନ
ବରଫ ତଳର ପାଣି କେତେ
ନିଶ୍ଚଳ କେତେ ଗତିଶୂନ୍ୟ
ଏବଂ ମୁଁ
ସିଧା ଓ ଅଟଳ ହୋଇ ଦଣ୍ଡାୟମାନ
ପ୍ରଭୁ ମତେ ଶକ୍ତି ଦିଅ
ଶବକୁ ଘୋଡ଼ା ଯାଇଥିବା
ଏଇ ଭଙ୍ଗୁର ଓ ଉଜ୍ଜ୍ୱଳ ପୋଷାକରେ କିନ୍ତୁ
ମୋ ଛପା ଅକ୍ଷର ଗୁଡ଼ିକ ବଞ୍ଚାଇ ରଖ
ଯେମିତି ମୋର ଭବିଷ୍ୟତ
ବଂଶଧର ମାନେ
ଠିକ ନିଷ୍ପତି ନେଇ ପାରିବେ
ଯେମିତି ତୁମ ପରି ସାହସୀ ଓ ବିଜ୍ଞଙ୍କୁ
ସେମାନେ ଅଧିକ ସ୍ପଷ୍ଟ ଓ ପରିଷ୍କାର ଭାବେ
ଚିହ୍ନି ପାରିବେ।

ସମ୍ଭବତଃ
ଆମେ ତୁମର ସୁଖ୍ୟାତ ଓ ମହାନ ଜୀବନୀରେ
ଛାଡ଼ିଦେବା କିଛି ଫାଙ୍କା ଜାଗା, କିଛି ଶୁନ୍ୟସ୍ଥାନ !

ଏ ଧରାର ପାନୀୟ ଖୁବ୍ ମଧୁର
ଅତ୍ୟନ୍ତ ଚିପା ଓ ଟାଣ ପ୍ରେମର ଜାଲ
କେବେ କେବେ ପିଲାମାନେ
ତାଙ୍କ ପଢ଼ା ବହିରେ ପଢ଼ନ୍ତୁ ମୋର ନାମ
ଏବଂ ବିଚ୍ଛେଦର କାହାଣୀଟିଏ ଜାଣିବା ପରେ
ସେମାନେ ଭୀରୁ ଓ ଲାଜୁକ ହସଟିଏ ହସନ୍ତୁ।

ତୁମେ ଯେହେତୁ ମତେ ପ୍ରେମ ବା ଶାନ୍ତି କିଛି ବି ଦେଇନାହଁ
ଦୟାକରି ମତେ ତିକ୍ତ ଓ କଠୋର ପ୍ରଶଂସାଟିଏ ଦିଅ !

ଅନୁବାଦ : ମନୋରଞ୍ଜନ ହୋତା

 

 

Comments are closed.