ଭୁବନେଶ୍ୱର: JSW ଷ୍ଟିଲ (ଓଡ଼ିଶା ପରିଚାଳନା)ର ଜଜାଙ୍ଗ ଲୁହାପଥର ଖଣିକୁ ସମ୍ମାନଜନକ କଳିଙ୍ଗ ଏନଭରନେଣ୍ଟ ଏକ୍ସିଲେନ୍ସ ଆୱାର୍ଡ (ଉତ୍କର୍ଷ ପରିବେଶ ପୁରସ୍କାର) ମିଳିଛି । ଭୁବନେଶ୍ୱର ସ୍ଥିତ ହୋଟେଲ ନ୍ୟୁ ମାରିଅନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଜାଙ୍ଗ ଲୁହାଖଣି ଏଭିପି (ଖଣି ପରିଚାଳନା) ରାମ ଶର୍ମା ଏବଂ ସୁରେଶ
କୁମାର ମହାପାତ୍ରଙ୍କ ନେତୃତ୍ୱରେ କମ୍ପାନୀର ପରିବେଶ ବିଭାଗ ଟିମ୍ ଏହି ପୁରସ୍କାର ଗ୍ରହଣ କରଛିନ୍ତି ।
୨୦୨୧ ବର୍ଷ ପାଇଁ କମ୍ପାନୀର ପ୍ରଦର୍ଶନ ଆଧାରରେ JSW ପଞ୍ଚ ତାରକା ବର୍ଗରେ ଏହି ଆୱାର୍ଡ ହାସଲ କରିଛି । ପରିବେଶ ପରିଚାଳନାରେ ସର୍ବୋତ୍ତମ ପଦକ୍ଷେପ ପାଇଁ କମ୍ପାନୀକୁ ଏହି ସଫଳତା ମିଳିଛି । JSW ଷ୍ଟିଲ୍ ସିଓଓ (ଓଡ଼ିଶା ଏବଂ ଝାଡ଼ଖଣ୍ଡ) ରଞ୍ଜନ ନାୟକ, ଓଡ଼ିଶା ପ୍ରକଳ୍ପ ମୁଖ୍ୟ ଆଶେଷ କୁମାର ପାଢ଼ି, ଓଡ଼ିଶା ଖଣି ପରିଚାଳନା ମୁଖ୍ୟ ବି. ଆର୍. କେ. ପାଢ଼ି ଏଥିପାଇଁ ପୂରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।
ସ୍ଥାୟୀ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଉପରେ ଆୟୋଜିତ ଜାତୀୟ ସେମିନାରର ପୁରସ୍କାର ବିତରଣୀ ଉତ୍ସବରେ ଏହି ଆୱାର୍ଡ ପ୍ରଦାନ କରାଯାଇଥିଲା । ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନଭରନେଣ୍ଟ ସର୍ଭିସ (ଆଇକ୍ୟୁଇଏମ୍ଏସ୍) ଏବଂ ରାଜ୍ୟ ପ୍ରଦୂଷଣ ନିୟବଣ ବୋର୍ଡ, ଭୁବନେଶ୍ୱର ଦ୍ୱାରା ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନିକଟରେ JSWର ନାରାୟଣପୋଷି ଏବଂ ଜଜାଙ୍ଗ ଲୁହାଖଣି ଉନ୍ନତି ପାଇଁ ନିରନ୍ତର ପ୍ରୟାସ କ୍ଷେତ୍ରରେ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍) ଭୁବନେଶ୍ୱର ଚାପ୍ଟର ଦ୍ୱାରା ପୁରସ୍କୃତ ହୋଇଥିଲା ।
JSW ନାରାୟଣପୋଷି ଖଣି ପୁନରୁଦ୍ଧାର ସ୍ଥାୟୀତ୍ୱ ବୃଦ୍ଧି ଅଭିଯାନର ପ୍ରଚାର ପ୍ରସାର ବର୍ଗରେ ଜଜାଙ୍ଗ ଲୁହାପଥର ଖଣି ପୁରସ୍କାର ହାସଲ କରିଥିଲା।
Comments are closed.