Latest Odisha News

BREAKING NEWS

ଦିଲ୍ଲୀ ଗଲେ ଦ୍ରୈାପଦୀ ମୁର୍ମୁ: ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ

ଭୁବନେଶ୍ବର:   ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିଲ୍ଲୀ ଯାଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁ ।  ଦ୍ରୌପଦୀ ମୁର୍ମୁଙ୍କ ସହ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ସମେତ ବହୁ ନେତା, ଶୁଭେଚ୍ଛୁ ଓ ସମର୍ଥକ ବିମାନବନ୍ଦରରେ ଉପସ୍ଥିତ ଥିଲେ।  ସେମାନଙ୍କ ମଧ୍ୟରୁ କିଛି ବିଜେପି ନେତା ମଧ୍ୟ ତାଙ୍କ ସହ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦ୍ରୈାପଦୀ ମୁର୍ମୁଙ୍କୁ  ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।  ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସହଯୋଗ କାମନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ଆସନ୍ତାକାଲି ସେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି।

 

Leave A Reply

Your email address will not be published.