Latest Odisha News

BREAKING NEWS

ମାଆ ଆଗରେ ପୁଅକୁ ପିଟିଲେ ମୋ ବସ କର୍ମଚାରୀ

ଗୋଡ଼ହାତ ଧରି ଗୁହାରି କରୁଥିଲା ମାଆ

ଭୁବନେଶ୍ୱର: ରାଜଧାନୀରେ ଜଣେ ମାଆ ଆଗରେ ପୁଆକୁ ଆକ୍ରମଣ କରିଛନ୍ତି ମୋ ବସ କର୍ମଚାରୀ। ମାଷ୍ଟରକାଣ୍ଟିନ ଛକ ବସ ଷ୍ଟାଣ୍ଡ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବସ ଷ୍ଟପେଜ ପୂର୍ବରୁ ଗାଡ଼ି ଅଟକାଇବାରୁ ମୋ ବସ କର୍ମଚାରୀ ମିଳିମିଶି ଜଣେ ଯାତ୍ରୀଙ୍କୁ ନିର୍ଧୁମ ପିଟଛନ୍ତି। ଏପରକିି ଅନ୍ୟ ମୋ ବସ କର୍ମଚାରୀମାନେ ମଧ୍ୟ ଆକ୍ରମଣ କରିଥିବା କୁହାଯାଉଛି। ପୁଅକୁ ମାଡ଼ ମରାଯାଉଥିବା ଦେଖି ଯାତ୍ରୀଙ୍କ ମାଆ ମୋ ବସ କର୍ମଚାରୀଙ୍କ ଗୋଡ଼ହାତ ଧରି ନେହୁରା ହେଉଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି।

ଘଟଣାରୁ ଜଣାପଡ଼ିଛି ସେ ଛତିଶଗଡ଼ରୁ ଫେରିଥିବା ମାଆପୁଅ ଦିଜଣ ସକାଳ ୯ଟାରେ ମୋ ବସ ଷ୍ଟାଣ୍ଡରେ ପହଞ୍ଚି ନନ୍ଦନକାନନ ଯିବାକୁ ବସ ଖୋଜିଥିଲେ। ବସଟି ଛାଡ଼ୁଥବା ଦେଖି ବସ ପଛେ ପଛେ ଧାଇଁଥିଲେ। ତେବେ ବସଟି ରିଲାଏନ୍ସ ରାସ୍ତାରେ ବୁଲାଇବା ବେଳେ ମାଆପୁଅ ବସଟିକୁ ଅଟକାଇବାକୁ ଅନୁରୋଧ କରିଥିଲେ। ହେଲେ ବସର ଦ୍ୱାର ଖୋଲି ନଥିଲା।

ରୋଗିଣା ମାଆକୁ ଉଠାଇବାକୁ ଯାତ୍ରୀ ଜଣକ ଅନୁରୋଧ କରିବା ସତ୍ୱେ ଡ୍ରାଇଭର ଯାତ୍ରୀଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ। ଯାତ୍ରୀଜଣକ ଜୀବନ ବିକଳରେ ବସ ଉପରକୁ ଠେଲା ପକାଇଥିଲେ। ଯାହା ଫଳରେ ବସର କାଚ ଫାଟିଯାଇଥିଲା। ଯାହାକୁ ନେଇ ଅନ୍ୟ ମୋ ବସ କର୍ମଚାରୀ ମିଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଆହତ ଯାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବସ ଷ୍ଟପେଜକୁ ନ ଆସି ଗାଡ଼ି ଆଗରେ ଠିଆ ହେବାରୁ ତାଙ୍କୁ ଆକ୍ରମଣ କରାଯାଇଛି ବୋଲି ଜଣେ ମୋ ବସ କର୍ମଚାରୀ କହିଛନ୍ତି।

Leave A Reply

Your email address will not be published.