Latest Odisha News

BREAKING NEWS

ଜାତୀୟ ପୁସ୍ତକ ମାନ୍ୟତା ପାଇଲା ‘ଅଳିଆରୁ ଅ ଆ’

ଭୁବନେଶ୍ୱର: ଖୋଲିଲା ସ୍କୁଲ ହେଲେ ଆସିଲେନି ପିଲା । ସ୍କୁଲ ଆସି ନ ଥିବା ପିଲାଙ୍କ ପାଇ ବିଶିଷ୍ଟ ଲେଖକ ତଥା ଶିକ୍ଷକ ଇଶ୍ୱର ଚନ୍ଦ୍ର ନାୟକଙ୍କ ଲିଖିତ ପୁସ୍ତକ ‘ଅଳିଆରୁ ଅ ଆ’କୁ ଜାତୀୟ ମାନ୍ୟତା ମିଳିଛି । ପ୍ରାଥମିକ ଶିକ୍ଷା ସ୍ତରରେ ଶ୍ରେଣୀ ପରିଚାଳନାକୁ ନେଇ ନୂତନ ପ୍ରୟୋଗ ସମ୍ବନ୍ଧୀୟ ତଥ୍ୟ ପୁସ୍ତକରେ ରହିଛି । ଏହାକୁ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥାରେ ପ୍ରୟୋଗ ପାଇଁ ଶ୍ରୀ ନାୟକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ପୁସ୍ତକ ପଠାଇ ଅନୁରୋଧ ପତ୍ର ପଠାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁସ୍ତକର ତର୍ଜମା ପାଇଁ ରାଷ୍ଟ୍ରୀୟ ଶୈକ୍ଷିକ ଓ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦକୁ ପଠା ଯାଇଥିଲା । ସେଠାରେ ପୁସ୍ତକରେ ଉପସ୍ଥାପିତ ବିଭିନ୍ନ ଶିକ୍ଷଣ ପ୍ରୟୋଗକୁ ଅନୁଧ୍ୟାନ କରିବା ପରେ ଏହାର ପ୍ରୟୋଗ ନିମନ୍ତେ ଏନସିଇଆରଟି ଟେଷ୍ଟବୁକ୍ ଡେଭଲପମେଣ୍ଟ କମିଟି ସାମ୍ନାରେ ଉପସ୍ଥାପନ କରାଯିବ ବୋଲି ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି ।

ଶ୍ରୀ ନାୟକଙ୍କ ଦ୍ୱାରା ଲିଖିତ ‘ଅଳିଆରୁ ଅ ଆ’ ପୁସ୍ତକରେ ଶ୍ରେଣୀ ଗୃହରେ ଅନୁପସ୍ଥିତ ଥିବା ପିଲା କିପରି ନିଜର ଜୀବନ ସହ ସଂଗ୍ରାମ କରୁଛନ୍ତି ବର୍ଣ୍ଣନା କରାଯାଇଛି । ନିଜର ପାରିବାରିକ ସମସ୍ୟା ସହ ସାମ୍ନା କରି ବାପାମାଆଙ୍କୁ ସହଯୋଗ ପାଇଁ ଶ୍ରେଣୀର ଅନୁପସ୍ଥିତି ରହୁଛନ୍ତି । ଅର୍ଥାତ ଶ୍ରେଣୀଗୃହରେ ଅନୁପସ୍ଥିତି ରହି ସେମାନେ ଧନ୍ଦାମୂଳକ କାମ ତାଙ୍କ ଚାରିପାର୍ଶ୍ୱରୁ ଶିଖୁଛନ୍ତି ତାହା ବି ଏକ ଶିକ୍ଷା । ‘ଅଳିଆରୁ ଅ ଆ’ ପୁସ୍ତକ ପାଇଁ ଶ୍ରୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.