Latest Odisha News

BREAKING NEWS

ବ୍ରିଟେନକୁ ଫେରିଲା କି ପୋଲିଓ !

ଲଣ୍ଡନ: ପୋଲିଓ ମୁକ୍ତ ବ୍ରିଟେନର ସ୍ୱାସ୍ଥ୍ୟାଧିକାରୀ ଏବେ ଚିନ୍ତାରେ ପଡି ଯାଇଛନ୍ତି । ଦୀର୍ଘ ଦିନ ପରେ ସେୱେଜରେ ପୋଲିସ ଭାଇରସ ମିଳିଛି । ୟୁକେ ହେଲଥ ସିକ୍ୟୁରିଟି ଏଜେନ୍ସି ଏହା ସ୍ପଷ୍ଟ କରିଛି । ଏହା ଚିନ୍ତାର ବିଷୟ ହେଲେ ମଧ୍ୟ ବ୍ରିଟେନକୁ ପୋଲିଓ ଫେରିଲା ବୋଲି ଏତେ ଶୀଘ୍ର କହି ହେବନି ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି । ତଥାପି ବିଡିପିବି୨ ଯଦି ତାର ବିକାଶ ଜାରୀ ରଖେ ତାହାହେଲେ ସମସ୍ୟା ସୃଷ୍ଟି କରିପାରେ । ପକ୍ଷଘାତ ରୋଗୀ ଏବଂ ପୋଲିଓ ଟୀକା ଭଲ ଭାବେ ନେଇ ନ ଥିବା ବ୍ୟକ୍ତି ଏହା ସଂକ୍ରମଣରେ ଆସିଲେ ଅସୁବିଧାରେ ପଡିବେ । ତେବେ ପ୍ରକୃତରେ ଏହି ଭାଇରସ କେଉଁଠାରୁ ଆସିଛି ତାର ତଦନ୍ତ ଚାଲିଛି ।

ସୂଚନାଯୋଗ୍ୟ, ୨୦୦୩ରେ ୟୁକେକୁ ପୋଲିଓ ମୁକ୍ତ ଦେଶ ଭାବେ ଘୋଷଣା କରାଯାଇଥିଲା । ୧୯୮୪ରେ ଶେଷ ଥର ପାଇଁ ଏଠାରେ ୱାଇଲ୍ଡ ପୋଲିଓ ମାମଲା ସମ୍ମୁଖକୁ ଆସିଥିଲା । ଖୁବ୍ ଶୀଘ୍ର ଟୀକାକରଣ ପ୍ରକ୍ରିୟା ଜୋର କରାଯିବ ବୋଲି ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.