Latest Odisha News

BREAKING NEWS

କୋର୍ଟରୁ ଫେରାର ଦୋଷୀ; ପୋଲିସ ଆଗରେ ମାରିଲା ଚମ୍ପଟ

କୋର୍ଟରେ ରାୟ ଶୁଣାଣି ବେଳେ ୧୦ବର୍ଷର ସଜ୍ଜା ଶୁଣି ମାରିଲା ଚମ୍ପଟ ମାରିଥିଲା ବିଜୟ ମାଣିଆ । ତେବେ ସୂଚନା ମୁତାବକ ଭୁବନେଶ୍ୱର ଏଡିଜେ କୋର୍ଟରେ ଏକ ଏନଡିପିଏସ କେସର ଶୁଣାଣି ହୋଇଥିଲା । ଯେଉଁଥିରେ ଗିରଫ ଅଭିଯୁକ୍ତକୁ ବିଜୟ କୁମାର ମାଣିଆକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ

ଭୁବନେଶ୍ୱର: ଜଣେ ନିଶା ବେପାରୀ ଏନଡିପିଏସ ଆକ୍ଟରେ ତାକୁ ୧୦ ବର୍ଷ ଦଣ୍ଡାଦେଶ ଶୁଣି ପୋଲିସ କବଳରୁ ଖସିଯାଇଛି । ଶନିବାର ଭୁବନେଶ୍ୱର ଏଡିଜେ କୋର୍ଟରେ ଶୁଣାଣି ବେଳେ ସୁରକ୍ଷା ବଳୟ ଭିତରୁ ଚମ୍ପଟ ମାରିଛି ଦୋଷୀ ପ୍ରମାଣିତ ବିଜୟ କୁମାର ମାଣିଆ ।

ଏବେ ପୋଲିସର ଚିନ୍ତା ବଢ଼ିଯାଇଛି । କୋର୍ଟ ପରିସରରେ ସାଦା ପୋଷାକରେ ଆସି ଖୋଜାଖୋଜି କରିଥିଲା ପୋଲିସର ସ୍ପେଶାଲ ଟିମ୍ । ପୋଲିସ ଏସକର୍ଟରେ ଥିବା ନିଶା ବେପାରି ପୋଲିସକୁ ଚକମା ଦେଇ ଖସିଗଲା। ଯାହାକୁ ନେଇ ଏବେ ଟେନସନରେ ପୋଲିସ । ରିଜର୍ଭ ପୋଲିସ ମଧ୍ୟ କୋର୍ଟ ଚାରି ପାଖେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

କୋର୍ଟରେ ରାୟ ଶୁଣାଣି ବେଳେ ୧୦ବର୍ଷର ସଜ୍ଜା ଶୁଣି ମାରିଲା ଚମ୍ପଟ ମାରିଥିଲା ବିଜୟ ମାଣିଆ । ତେବେ ସୂଚନା ମୁତାବକ ଭୁବନେଶ୍ୱର ଏଡିଜେ କୋର୍ଟରେ ଏକ ଏନଡିପିଏସ କେସର ଶୁଣାଣି ହୋଇଥିଲା । ଯେଉଁଥିରେ ଗିରଫ ଅଭିଯୁକ୍ତକୁ ବିଜୟ କୁମାର ମାଣିଆକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।

ହେଲେ ରାୟ ଶୁଣି କୌଶଳ କ୍ରମେ ଖସିଯାଇଥିଲା, ଯାହାର ଟେର୍ ପାଇଲାନି ପୋଲିସ । ତେବେ ଗତକାଲି ମଧ୍ୟ ଏକ ମାମଲାରେ ନୟାପଲ୍ଲୀ ପୋଲିସ ଏକ ଅଭିଯୁକ୍ତକୁ କୋର୍ଟ ଚାଲାଣ ବେଳେ ପୋଲିସ ହେପାଜତରୁ ଖସି ପଳାଇଥିଲା। ତେବେ ଦୁଇ ଦିନିରେ ଦୁଇ ଅଭିଯୁକ୍ତ ପୋଲିସ ଏସକର୍ଟରୁ ଖସିଯିବା ଘଟଣା କମିସନରେଟ ପୋଲିସର‌ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଛି ।

Leave A Reply

Your email address will not be published.