Latest Odisha News

ମହିଳା ଟି୨୦: ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ବିଜୟୀ, ମିଥାଲୀଙ୍କ ରେକର୍ଡ ଭାଙ୍ଗିଲେ ହରମନପ୍ରୀତ

କଲମ୍ବୋ: ଦ୍ୱିତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ରହିଛି । ହାତରେ ଆଉ ଗୋଟିଏ ମ୍ୟାଚ ବାକିଥିବା ବେଳେ ଭାରତୀୟ ଟିମ ଆଗୁଆ ସିରିଜ ବିଜୟୀ ହୋଇଛି । ଏହି ମ୍ୟାଚରେ ହରମନପ୍ରୀତ କୌର ଭାରତର ଷ୍ଟାର ଖେଳାଳି ମିଥାଲୀ ରାଙ୍କ ରେକର୍ଡ ଭାଙ୍ଗିଛନ୍ତି । ମିଥାଲି ଭାରତ ପକ୍ଷରୁ ଟି୨୦ରେ ୧୨୩ ମ୍ୟାଚ ଖେଳି ସର୍ବାଧିକ ୨୩୭୨ ରନ ସଂଗ୍ରହ କରିଛନ୍ତି । ମିଥାଲୀ ୮୯ ମ୍ୟାଚରେ ୨୩୬୪ ରନ କରିଥିଲେ । ନିକଟରେ ମିଥାଲୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୨୫ ରନ କରିଥିଲା । ଭାରତ ୧୯.୧ ଓଭରରେ ୫ ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ସ୍ମୃତି ମାନ୍ଧନା ୩୯ ଓ ଅଧିନାୟିକା ହରମନପ୍ରୀତ ଅପରାଜିତ ୩୧ ରନ କରିଥିଲେ ।

Leave A Reply

Your email address will not be published.