Latest Odisha News

BREAKING NEWS

ଦନ୍ତାହାତୀକୁ ପୋତି ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ; ୩ ଗିରଫ, ୨ ଜଣ ନିଲମ୍ବିଚ

ଅନୁଗୁଳ: ଦନ୍ତା ଦାନ୍ତ ନେଇଗେଲେ, ମାରି ଦେଇ ପୋତିଦେଲେ । ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଦନ୍ତା ଦାନ୍ତ ନେି ମାଟି ତଳେ ପୋତି ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ । ଘଟଣାର ତଦନ୍ତ କରି ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜାଣିବା ପରେ ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡାଙ୍କ ନିର୍ଦ୍ଦେଶରେ ୩ ଜଣ ୱାଚରଙ୍କୁ ଗିରଫ କରାଯାଇଛି । ଏଥିସହ ଫରେଷ୍ଟର ଅନୁପମା ସାହୁ ଓ ସହଦେବ ସୋରେନଙ୍କୁ ନିଲମ୍ବନ କରାଯାଇଛି । ସ୍ଥାନୀୟ ରେଞ୍ଜ ଅଫିସରଙ୍କର ମଧ୍ୟ ସମ୍ପୃକ୍ତି ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଡିଏଫଓ ଚିଠି ଲେଖିଛନ୍ତି ।

ସୂଚନା ଅନୁସାରେ ସାତକୋଶିଆ ଅଭୟାରଣ୍ୟର କଟକ ଜିଲ୍ଲା ଅନ୍ତର୍ଗତ ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରେ ଏକ ଦନ୍ତା ହାତୀକୁ ଗାତ ଖୋଳି ପୋତି ଦିଆ ଯାଇଥିଲା । ବନ ବିଭାଗ ୱାଚର, ଫରେଷ୍ଟର ଓ ରେଞ୍ଜ ଅଫିସରଙ୍କ ଜାଣତରେ ଏହି ଘଟଣା ଘଟିଥିବା ବେଳେ ବର୍ଷେ କାଳ ଚପାଇ ରଖା ଯାଇଥିଲା । ଗତ ୨୩ ତାରିଖ ରାତିରେ ଜିଲିଣ୍ଡା ରେଞ୍ଜରୁ ହାତୀ କଙ୍କାଳ ଜବତ ହୋଇଥିଲା । ଏହାପରେ ସାତକୋଶିଆ ଡିଏଫଓ ସରୋଜ ପଣ୍ଡା ଖୋଦ ଘଟଣାର ତଦନ୍ତ କରିଥିଲେ । ଆଉ ତଦନ୍ତ ପରେ ହାତୀକୁ ପୋତିବା ଘଟଣାରେ ସ୍ଥାନୀୟ ବନ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଥିଲା ।

ଘଟଣାରେ ୩ ୱାଚରଙ୍କୁ ଗିରଫ କରିବା ସହ ୨ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଛି । ଅଧିକ ତଦନ୍ତ ଜାରି ରଖିଛନ୍ତି ଡିଏଫଓ । ଏବେ ହାତୀକୁ ପୋତିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ହାତୀ କେଉଁଠୁ ଆସିଲା ? ହାତୀ କେମିତି ମୃତ୍ୟୁ ବରଣ କଲା ? ଦନ୍ତା ଦାନ୍ତ କୁଆଡେ ଗଲା ? ଏସବୁ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଏଫଓ ।

Leave A Reply

Your email address will not be published.