Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ନାଇଟ କ୍ଲବରେ ମିଳିଲା ୨୧ ଛାତ୍ରଙ୍କ ଶବ, କାରଣ ଅସ୍ପଷ୍ଟ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଏକ ନାଇଟ କ୍ଲବରେ ୨୧ଜଣ ଛାତ୍ରଙ୍କ ଶବ ମିଳିଛି । ତେବେ କେଉଁ କାରଣ ନେଇ ଏମାନଙ୍କ ମୃତ୍ୟୁ ଘଟିଛି ତାହା ଏବେ ବି ଅସ୍ପଷ୍ଟ ରହିଛି । ମୃତ୍ୟୁବରଣ କରିଥିବା ଛାତ୍ରଙ୍କ ବୟସ ୧୩ରୁ ୧୭ ବର୍ଷ ହେବ । ସେମାନଙ୍କ ମଧ୍ୟରେ ୮ ବାଳିକା ଓ ୧୨ ବାଳକ ରହିଛନ୍ତି । ପ୍ରାରମ୍ଭିକ ତଦନ୍ତରେ ଶବଗୁଡିକରୁ କୌଣସି କ୍ଷତ ଚିହ୍ନ ମିଳି ନାହିଁ । ପୋଷ୍ଟମର୍ଟମ ରିପୋର୍ଟକୁ ଏବେ ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ପରୀକ୍ଷା ସରିବା ପରେ ସେମାନେ ମଉଜ ମଜଲିସ ପାଇଁ ଏଠାକୁ ଆସିଥିଲେ ।

୧୮ ବର୍ଷ ତଳକୁ ଏଠାରେ ମଦ ପିଇବା ମନା ଥିବାରୁ ସେମାନେ ଲୁଚି କରି ନିଶା ସେବନ କରିଥିବେ ବୋଲି ଅନୁମାନ କରାଯାଉଛି । ତେବେ ଏହାର ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.