Latest Odisha News

[ଦେଖନ୍ତୁ ଭିଡିଓ] ଶ୍ରୀମନ୍ଦିରରେ ବନକଲାଗି, ବୁଧବାର ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ଅନବସରର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବାୟତମାନେ ରୂପା ଥାଳିରେ ଆଣି ଗଜପତିଙ୍କୁ ଅର୍ପଣ କରିଛନ୍ତି । ଏହା ସହ ଦତ୍ତ ମହାପାତ୍ର ସେବାୟତମାନେ ପାରମ୍ପରିକ ହେଙ୍ଗୁଳ, ହରିତାଳ, କେଶର, କସ୍ତୁରୀ ରଙ୍ଗ ବ୍ୟବହାର କରି ବନକଲାଗି କାର୍ଯ୍ୟ ଆରମ୍ଭ କରିଛନ୍ତି ।  ମହାପ୍ରଭୁଙ୍କ ଏହି ଶ୍ରୀମୁଖ ଶୃଙ୍ଗାର କାର୍ଯ୍ୟ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଅନୁଷ୍ଠିତ ହେବା ପରେ ବୁଧବାର ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।

ସେପଟେ ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ନିର୍ଦିଷ୍ଟ ସମୟ ପୂର୍ବରୁ ଶେଷ ହେବ । ତିନି ରଥର କଳସ, ଦଧିନଉତି ଓ ହଂସ ପଟ୍ଟା ବାଡିଆ କାର୍ଯ୍ୟ ଶେଷ ହୋଇଥିବାରୁ ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ତିନି ରଥରେ ପାର୍ଶ୍ଵ ଦେବା ଦେବୀଙ୍କୁ ସଂଯୋଗ କରାଯାଇଛି । ରଥର ପ୍ରଭା ନିର୍ମାଣ ଶେଷ ହୋଇଥିବା ବେଳେ ଏହାକୁ ରୂପକାର ମାନେ ଶେଷ ସ୍ପର୍ଶ ଦେଉଛନ୍ତି । ରଥକୁ ଆକର୍ଷଣୀୟ କରିବା ପାଇଁ ଚିତ୍ରକର ମାନେ ରଥର ଚାରିପଟେ ରଙ୍ଗ ଦେଉଛନ୍ତି।

ପିତଳ ଥାଳିରେ ଖଡି ପ୍ରସାଦ ଧରି ଦଇତାପତି ଓ ପତି ମହାପାତ୍ର ସେବାୟତମାନେ ଶ୍ରୀମନ୍ଦିର ଠାରୁ ଶ୍ରୀନହର ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସେବାୟତ ଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା।

Comments are closed.