Latest Odisha News

ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେଇପାରେ ଜେଏମଏମ

ନୂଆଦିଲ୍ଲୀ:  ଏନ୍‌ଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କୁ  ଗୋଟିଏ ପରେ ଗୋଟିଏ ଦଳ ସମର୍ଥନ କରିବାର ଲାଗିଛନ୍ତି । ଏହି କ୍ରମରେ ଜେଏମଏମ ମଧ୍ୟ ସମର୍ଥନ ଦେଇପାରେ ବୋଲି କୁହାଯାଉଛି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସାକ୍ଷାତ କରିବା ପରେ ଏହି ଚର୍ଚା ଲାଗିରହିଛି ।  ତେବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚ (ଜେଏମ୍‌ଏମ୍‌) ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ଜଣାଇବ, ସେନେଇ ଦଳର ନେତାଙ୍କ ସହ ଆଲୋଚନା କରିବା ପରେ ଦ୍ରୈାପଦୀଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ତାଙ୍କ ନାମ ଘୋଷଣା କରାଯାଇନାହିଁ ।

ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଙ୍କ ସହ ଜେଏମଏ ନେତା ହେମନ୍ତ ସୋରେନ ଏବଂ ତାଙ୍କ ପରିବାର ସହ  ଭଲ ସଂପର୍କ ରହିଛି  । ଆଦିବାସୀ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହେମନ୍ତ ମଧ୍ୟ ତାଙ୍କୁ ସମର୍ଥନ କରିବା ପାଇଁ ଚାହୁଁଛନ୍ତି । ଆଜି ଯଶାେବନ୍ତ ସିହ୍ନାଙ୍କ ପ୍ରାର୍ଥୀପତ୍ର ଦାଖଲରେ ମଧ୍ୟ କୈାଣସି ଜେଏମଏମ ନେତା ଅଂଶଗ୍ରହଣ କରିନଥିଲେ ।

Leave A Reply

Your email address will not be published.