ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପତିତପାବନ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଯେପରି ପାପ ହରଣ କରେ, ସେହିପରି ନୀଳଚକ୍ରରେ ସର୍ବଦା ଫର ଫର ଉଡୁଥିବା ପତିତପାବନ ବାନା ସେପରି ପାପୀ ଓ ପତିତ ଦର୍ଶନ ଯେପରି ପାପ ହରଣ କରେ। । ପତିତପାବନ ବାନାଙ୍କୁ ବାହାର ଦେଉଳି ଭୋଗରେ ପ୍ରସ୍ତୁତ ଖଜା, ମଗଜ ଲଡୁ, ଗଜା, ଲୁଣି ଖୁରୁମା, ପାରିଜାତକ ଇତ୍ୟାଦି ଭୋଗ ମଧ୍ୟ ଶ୍ରଦ୍ଧାଳୁ ଅର୍ପଣ କରନ୍ତି। ପ୍ରତିଦିନ ନୀଳଚକ୍ରରେ ସଂଯୁକ୍ତ ୧୯ ଫୁଟ ଲମ୍ବ ବାଉଁସରେ ପତିତପାବନ ପତାକା ବନ୍ଧାଯାଏ। ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ବୈଷୟିକ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତି ଅନୁସାରେ ୨୦ ଫୁଟରୁ ଉର୍ଦ୍ଧ୍ଵ ଲମ୍ବର ବାନା ବାନ୍ଧଯାଇ ପାରିବନି ବୋଲି ନିୟମ ହୋଇଛି। ଆଗରୁ ଏହି ନିୟମ ନଥିବାରୁ ପତିତପାବନ ବାନା ଅନେକ ଦୂରରୁ ଦୃଷ୍ଟି ଗୋଚର ହେଉଥିଲା। ବର୍ତ୍ତମାନ ଏହା ଭକତର ହୃଦୟ ରେ ସ୍ଥାନ ପାଇ, କବିଙ୍କ ରଚନା ମାଧ୍ୟମରେ ସଭିଙ୍କ ପ୍ରିୟ ହୋଇଯାଇଛି।
ଶାସ୍ତ୍ର କହେ “ଦୂର6ସ୍ଥlଅପି ନ ଦୂରସ୍ଥ, ଯୋ ଯସ୍ୟ ହୃଦୟେ ସ୍ଥିତ, ଯୋ ଯସ୍ୟ ହୃଦୟେ ନାସ୍ତି ସମୀପ6ସ୍ଥlଅପି ଦୂରଗ।” ଅର୍ଥାତ ଯିଏ ଯାହାର ହୃଦୟରେ ଅଛନ୍ତି, ସେ ଯେତେ ଦୂରରେ ଥିଲେ ବି ଦୂରତ୍ୱ ଅନୁଭବ ହୁଏନି। ସେହିପରି ଯିଏ ହୃଦୟରେ ନଥାଏ ସେ ନିକଟରେ ଥାଇବି ଦୂରରେ ପ୍ରତୀୟମାନ ହୁଅନ୍ତି। କବି ଅଭିମନ୍ୟୁ ସାମନ୍ତସିଂହାର ଲେଖିଲେ :
ପତିତଜନକୁ ଉଧାରିଛ ବୋଲି ବାନା ଉଡେ ତ୍ରିଭୁବନ, ମୁଁ ଜଣେ ପତିତ ନୁହେଁ କି ହେ ନାଥ ତୁମ ସର୍ଜିଲା ଭୁବନ। ଅବା କବି ବନମାଳୀଙ୍କ ଭାଷାରେ “ଦାନା କନା ପଚ୍ଛେ ମନା ହେଉ ମୋତେ ନୀଳଚ6କ୍ର ବାନା ଚାହିଁ, ସୁଖୀ ହେଉଥିବି ଅଖିଳପତି ହେ ନିର୍ଦ୍ଦୟ ହୋଇବ ନାହିଁ ।” ସତରେ ସେ ପତିତପାବନ ବାନାର ଆକର୍ଷଣ ଅନେକ, ଆଜିବି ଅନେକ ଯୋଗୀ ମୁନି ପତିତ, କେବଳ ଏହି ବାନାଙ୍କୁ ଚାହିଁ ନିଜର ସାଧନା ଜାରି ରଖିଛନ୍ତି।
ଆସନ୍ତୁ ଆମେ ଆରାଧନା କରିବା :
ସକଳ କର୍ମ ଦୂର କରି
ମୋହର ପାଦେ ଚିତ୍ତ ଧରି ।
ପୃଥିବୀ କରି ପର୍ଯ୍ୟଟନ
ଅସତ୍ୟ ଦେଖ ତ୍ରିଭୁବନ ।
ଦୃଷ୍ଟି ଶ୍ରବଣ ବାକ୍ୟ ମନେ
ଯେତେ ବିଚାରୁ ଅନୁମାନେ ।
ଏ ସର୍ବ ମାୟା ର ସଂଚାର
ଏଣେ ତୁ ବିଶ୍ୱାସ ନ କର ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )