Latest Odisha News

BREAKING NEWS

ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ସାଜିଦ ମାଜିଦକୁ ପାକିସ୍ତାନ କୋର୍ଟର ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: ମୁମ୍ବାଇ ଆକ୍ରମଣରେ ସଂପୃକ୍ତ ଜଣେ ଆତଙ୍କବାଦୀକୁ ପାକିସ୍ତାନ କୋର୍ଟରୁ ମିଳିଛି ଦଣ୍ଡାଦେଶ । ୨୦୦୮ ମସିହା ତାଜ ହୋଟେଲ ଆକ୍ରମଣରେ ସାମିଲ ଥିବା ସାଜିଦ ମାଜିଦ ମୀରକୁ ଗତ ମେ ମାସରେ ଗୁଜରନୱାଲା କୋର୍ଟ ମୀରକୁ ୧୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ।

ମୀର, ମୁମ୍ବାଇ ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇଥିଲେ । ପୂରା ଆକ୍ରମଣରେ ଆର୍ଥିକ ସହଯୋଗ ପାଇଁ ପାକିସ୍ତାନ କୋର୍ଟ ତାଙ୍କୁ ୧୫ ବର୍ଷ କାରା ଦଣ୍ଡ ଦେଇଛନ୍ତି । ଏଫବିଆଇର ୧୦ ଜଣିଆ ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲେ ।

୨୦୨୦ ମସିହାରୁ ମୀରକୁ ପାକିସ୍ତାନରେ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ଏ ସଂପର୍କରେ କୌଣସି ଖବର ପ୍ରକାଶ ହୋଇନଥିଲା । ତା ସହ ଏହି ଘଟଣାର କୌଣସି ନଥିପତ୍ର ମଧ୍ୟ ସର୍ବସାଧାରଣକୁ ଆସିନଥିଲା ।

ଏନେଇ ଆସୋସିଏଟେଡ ପ୍ରେସ୍ ଗୁଜରନୱାଲା କୋର୍ଟର ଏକ ନଥିପତ୍ର ପାଇଛି । ସେଥିରେ ମୀର ଗିରଫଦାରୀ ଏବଂ ଦଣ୍ଡାଦେଶ ସୂଚନା ଉଲ୍ଲେଖ ଥିବା ଖବର ପ୍ରକାଶ ପାଇଛି । ଏଫବିଆଇ ମୀର ବିରୋଧରେ ୫ ମିଲିଅନ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲା । ୨୦୧୧ ମସିହାରେ ଏଫବିଆଇ ମୋଷ୍ଟ ୱାଣ୍ଟେଡ ତାଲିକାରେ

ଯୋଡ଼ିଥିଲା । ମୀର ଲସ୍କର-ଇ-ତୋଇବା ଆତଙ୍କୀ ସଂଗଠନର ସକ୍ରିୟ ସଦସ୍ୟ ।
ସେ ହାଫିଜ ସଇଦ୍ ଦ୍ୱାରା ଗଠିତ ଏକ ଚାରିଟି ଫଣ୍ଡର ସଦସ୍ୟ ଥିଲା । ବିଭିନ୍ନ ସ୍ଥାନରେ ଆକ୍ରମଣ ଏବଂ ଆତଙ୍କାବାଦୀଙ୍କ ଟ୍ରେନିଂ ପାଇଁ ଅର୍ଥ ଯୋଗାଣ କରେ ମୀର ।

Leave A Reply

Your email address will not be published.