Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ସୁୁରକ୍ଷା ଉପରେ ଗୁରୁତ୍ୱ

ଆସନ୍ତାକାଲି ପବିତ୍ର ନବଯୌବନ ଦର୍ଶନ। ୧୫ଦିନର ଅନବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଟିକେଟ ଦର୍ଶନ ପରେ ୯ ଟାରୁ ୧୦.୩୦ ପର୍ଯ୍ୟନ୍ତ ହେବ ସର୍ବସାଧାରଣ ଦର୍ଶନ। ଏହାଛଡା ରାତି ସାଢେ ବାରଟା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସର୍ବସାଧାରଣ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି।  ଅନ୍ୟପଟେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ରଥଟଣା, ଭିଡ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ରକ୍ଷାର ଅଭ୍ୟାସ କରାଯାଇଛି।

ଦୁଇବର୍ଷ ପରେ ଆସନ୍ତାକାଲି ନବଯୌବନ ରୂପରେ ଦର୍ଶନ ଦେବେ ମହାପ୍ରଭୁ । ୧୫ଦିନ ଧରି ଅନବସରରେ ଥିବା ମହାପ୍ରଭୁଙ୍କର ଦର୍ଶନ ଆସନ୍ତାକାଲି ହେବାକୁ ଯାଉଛି । ସକାଳ ୮ଟାରୁ ପ୍ରାୟ ଏକ ଘଣ୍ଟା ଧରି ପାରିମାଣିକ ବା ଟିକେଟ ଦର୍ଶନ କରାଯିବ । ପରେ ୯ ଟାରୁ ୧୦.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ।

ନବଯୌବନ ଦର୍ଶନ ପାଇଁ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।‌ ଚଳିତବର୍ଷ ଦୁଇଦିନ ନବଯୌବନ ଦର୍ଶନ ପଡୁଥିବାରୁ ଗୁରୁବାର ମଧ୍ୟ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀଗୁଣ୍ଡିଚା ନୀତିକାନ୍ତି ଓ ପହଣ୍ଡି ପ୍ରସ୍ତୁତି ପାଇଁ ଗୁରୁବାର ସନ୍ଧ୍ୟା ୫ଟା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ଆଉ ମିଳିବ ନାହିଁ ।

ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ହେଉଛି ରଥଯାତ୍ରା। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରିଜର୍ଭ ପୋଲିସ ଲାଇନ ପଡିଆରେ ସମ୍ପୁର୍ଣ୍ଣ ରଥଟଣାର ମକଡ୍ରିଲ ଓ ଅଭ୍ୟାସ କରାଯାଇଛି। ଭିଡ ଭିତରେ ରଥ ଗୁଡିକ କିଭଳି ଟଣା ଯିବ, ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ଓ ମାଜିଷ୍ଟ୍ରେଟଙ୍କ ଦ୍ବାରା ରଥ କିଭଳି ନିୟନ୍ତ୍ରଣ କରାଯିବ ତାହାର ଅଭ୍ୟାସ କରାଯାଇଥିଲା।

ସେପଟେ ରଥଯାତ୍ରା ପାଇଁ ଆଉ ଦୁଇ ଦିନ ବାକିଥିବା ବେଳେ ତିନି ରଥର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ରଥର ଚତୁଃପାର୍ଶ୍ଵରେ ପାର୍ଶ୍ଵ ଦେବା ଦେବୀ ଲଗାଯାଇଥିବା ବେଳେ ପ୍ରଭା ଗୁଡ଼ିକର ରଙ୍ଗ କାମ ଶେଷ ହୋଇଛି। ରଥର ଠେକାରବାଡ କାମ ଓ ବ୍ରେକ୍ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି।

ନବଯୌବନ ଦର୍ଶନ ପାଇଁ ସିଂହଦ୍ଵାରରେ ବ୍ୟାରିକେଡ଼ ମାଧ୍ୟମରେ ପ୍ରବେଶର ବ୍ୟବସ୍ଥା ହୋଇଥିବା ବେଳେ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ରହିଛି। ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

 

Leave A Reply

Your email address will not be published.