Latest Odisha News

BREAKING NEWS

ଆନ୍ଧ୍ର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ବିଦ୍ୟାର୍ଥୀଙ୍କୁ ମିଳିବ ପାଠ୍ୟ ପୁସ୍ତକ

ବ୍ରହ୍ମପୁର:ପଡ଼ୋଶୀ ରାଜ୍ୟଗୁଡ଼ିକରେ ଥିବା ଓଡ଼ିଆ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ତଥା ଉତ୍କଳ ସମ୍ମିଳନୀ ତରଫରୁ ମାଗଣାରେ ପାଠ୍ୟ ପୁସ୍ତକ ପ୍ରଦାନ କରିଥାନ୍ତି । ଏହି କ୍ରମରେ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀକାକୁଲମ, ବିଜୟା ନଗର ଓ ବିଶାଖାପାଟଣା ଶିକ୍ଷା ଜିଲାର ୩୧ ଗୋଟି ଓଡ଼ିଆ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ପାଇଁ ପାଠ୍ୟପୁସ୍ତକ ପଠାଯାଇଛି।

ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ବୋର୍ଡ ଅଫ୍ ସେକେଣ୍ଡାରୀ କାର୍ଯ୍ୟାଳୟରୁ ଚଳିତ ବର୍ଷ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସାହିତ୍ୟ ଧାରା ୧୨୧୫ ଏବଂ ମାଧ୍ୟମିକ ବ୍ୟାକରଣ ୧୨୧୫ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସାହିତ୍ୟ ଧାରା ୧୨୮୫ ଓ ମାଧ୍ୟମିକ ବ୍ୟାକରଣ ୧୨୮୫ ପାଠ୍ୟପୁସ୍ତକ ପୁସ୍ତକ ପ୍ରଦାନ କରାଯାଇଛି।

ବ୍ରହ୍ମପୁର ଜୋନାଲ ଡେପୁଟି ସେକ୍ରେଟାରୀ ସୁବାସ ଚନ୍ଦ୍ର ବେହେରା ଏବଂ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲା ଶିକ୍ଷା ଅଧିକାରୀ ହରିଶ୍ଚନ୍ଦ୍ର ପାଢ଼ୀ ସରକାରୀ ଚିଠି ପତ୍ର ଆଦାନ ପ୍ରଦାନ କରିଥିଲେ। ଏହି ଅବସରରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ସଭାପତି ଡ଼ ସୁବ୍ରତ କୁମାର ସାହୁ, ବରିଷ୍ଠ ଅଧିବକ୍ତା ସତ୍ୟନାରାୟଣ ପାଢ଼ୀ, ଆନ୍ଧ୍ର ପ୍ରଦେଶ ଓଡ଼ିଆ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବୃନ୍ଦାବନ ଦଳେଇ, ସମ୍ପାଦକ ତ୍ରିଲୋଚନ ପଲାଇ ଏବଂ ଇଚ୍ଛାପୁର ବାପୁଜୀ ପାଠାଗାର ସଭାପତି ରଘୁନାଥ ଗୌଡ଼ ଉପସ୍ଥିତ ଥିଲେ ।

ଏହି ପରିପ୍ରେକ୍ଷୀରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କ ସମେତ ଉତ୍କଳ ସମ୍ମିଳନୀର ପଦାଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.