Latest Odisha News

BREAKING NEWS

ଆସ୍ଥାଭୋଟ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କଲେ ଦେବେନ୍ଦ୍ର ଫଡନାବୀସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରରେ ଆସ୍ଥାଭୋଟ ପାଇଁ  ଦାବି କରିଛନ୍ତି ଫଡନାବୀସ ।  ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳ ଭଗତ ସିଂ ଖୋସିୟାରିଙ୍କୁ ଭେଟି ବିଧାସଭାରେ ଆସ୍ଥାଭୋଟ ପାଇଁ ଦାବି କରିଛନ୍ତି ।  ଫଡନାବୀସଙ୍କ ସହିତ କିଛି ସ୍ବାଧୀନ ବିଧାୟକ ମଧ୍ୟ ରାଜ୍ୟପାଳଙ୍କ ଠାରେ ଏହି ଦାବି ରଖିଛନ୍ତି  ଯେ ଉଦ୍ଧବ ସରକାରଙ୍କ ଠାରେ ବହୁମତ ନାହିଁ । 39 ବିଧାୟକ ଉଦ୍ଧବ ସରକାରଙ୍କୁ ସମର୍ଥନ କରୁନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନିର୍ଦେଶ ଦେବାକୁ ଦେବେନ୍ଦ୍ର କହିଛନ୍ତି ।

ପୂର୍ବରୁ ଫଡନବୀସ ଆଜି ଦିଲ୍ଲୀ ଯାଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଶାହାଙ୍କ ସହ ସେ ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା କରିଥିଲେ । ମହାରାଷ୍ଟ୍ରରେ ସରକାର ଗଠନ ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିଲେ ।

ଅନ୍ୟପକ୍ଷରେ ଶିବସେନା ପକ୍ଷରୁ କୁହାଯାଇଛି ଯେ ଗୌହାଟୀରେ ଥିବା ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୧୫ ଜଣ ସେମାନଙ୍କ ସହ ସଂପର୍କରେ ଅଛନ୍ତି ଓ ସେମାନେ ଫେରିବାକୁ ଚାହୁଁଛନ୍ତି । ତେବେ ଏହାକୁ ଏକନାଥ ସିନ୍ଦେ ଖଣ୍ଡନ କରିଛନ୍ତି ।

ଆସନ୍ତା ଦୁଇଦିନ ଭିତରେ ବିଦ୍ରୋହୀ ବିଧାୟକମାନେ ମୁମ୍ବାଇ ଆସିପାରନ୍ତି । ସେପଟେ ଉଦ୍ଧବ ସରକାର ସୁପ୍ରିମକୋର୍ଟ ଯିବେ ବୋଲି କୁହାଯାଉଛି ।

Leave A Reply

Your email address will not be published.