Latest Odisha News

BREAKING NEWS

4 ରନରେ ଜିତିଲା ଇଣ୍ଡିଆ, ପାଣି ପିଆଇ ଦେଲା ଆୟରଲ୍ୟାଣ୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ  ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-20ରେ ଭାରତ  4 ରନରେ ଆୟରଲ୍ୟାଣ୍ଡକୁ ପରାସ୍ତ କରିଛି ।   ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ 225 ରନ କରିଥିଲା  ଭାରତ । ଏହାର ଜବାବରେ ଆୟରଲ୍ୟାଣ୍ଡ 5 ଉଇକେଟ ହରାଇ 221 ରନ କରିବାକୁ ସକ୍ଷମ ହୋଇଛି । ଭାରତ  ପକ୍ଷରୁ ଦୀପକ ହୁଦା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୭ ବଲରେ ୧୦୪ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୬ଟି ଛକା ଓ ୯ଟି ଚୌକା ମାରିଥିଲେ । ସେହିପରି ସଂଜୁ ସାମସନ ୪୨ଟି ବଲରେ ୭୭ ରନ କରିଥିଲେ ।

ମାତ୍ର ହୁଦା ଆଉଟ ହେବା ପରେ ଦଳର ମଧ୍ୟକ୍ରମ ବିଫଳ ହୋଇଥିଲା । ଜଣଙ୍କ ପରେ ଜଣେ ଆଉଟ ହେବାରେ ଲାଗିଥିଲେ । ସୂର୍ଯ୍ୟ କୁମାର ଯାଦବ 15 ରନ କରିଥିବା ବେଳେ ପାଣ୍ଡ୍ୟା 13 ରନ କରିଥିଲେ । ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ ଓ ହର୍ଷଲ ପଟେଲ ୦ରେ ଆଉଟ ହୋଇଥିଲେ ।

ଦ୍ବିତୀୟ ଇନିଂଶରେ  ଆୟରଲ୍ୟାଣ୍ଡ ପ୍ରଥମରୁ ଜୋରଦାର ବ୍ୟାଟିଂ କରିଥିଲେ । 13 ଓଭରରେ 143 ରନ କରିଥିବା ବେଳେ ଲାଗିଥିଲା ଜିତିଯିବ ଆୟରଲ୍ୟାଣ୍ଡ ।  ପଲ 40 ରନ କରିଥିବା ବେଳେ ସର୍ବାଧିକ  ଆଣ୍ଡ୍ରିଉ 60 ରନ କରିଥିଲେ । ହ୍ୟାରି 39 ରନ କରିଥିଲେ । ହୁଡା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।

 

Leave A Reply

Your email address will not be published.