୧. ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ, ସେଠକାର ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ବୋଧିତ କରିଛନ୍ତି । ପୁଂଜି ନିବେଶକଙ୍କୁ ଓଡ଼ିଶା ଆମନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେମାନଂକ ସହି ଫେସ-ଟୁ-ଫେସ୍ ଆଲୋଚନା କରିଛନ୍ତି l ସେଠାକାର ଅନେକ ବଡ ବଡ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡିଶାରେ ପୁଂଜି ନିବେଶ କରିବା ନେଇ ଆଗ୍ରହୀ ଥିବା ଜଣାପଡିଛି l

୨. ରାଜସ୍ଥାନ ଉଦୟପୁର କହ୍ନେୟା ଲାଲ୍ ହତ୍ୟାକାଣ୍ଡ ମାମଲା ଉଗ୍ର ରୂପ ନେବାରେ ଲାଗିଛି । ମର୍ଡର ପଛରେ ରହିଛି କି କୌଣସି ବିଦେଶୀ ଲିଙ୍କ୍ ଅଛି କି ନାହିଁ, ତାର ତଦନ୍ତ କରିବା ଲାଗି ଉଦୟପୁରରେ ପଂହଚିଛି NIAର ସ୍ୱତନ୍ତ୍ର ଟିମ୍ । ଏହି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେତେକ ଅଭିଯୁକ୍ତଙ୍କୁ ଜେରା କରିଛି NIA l ଘଟଣାରେ ୭ଜଣଂକୁ ଅଟକ ରଖାଯାଇଛି ।

୩. ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ବିନା ବାଧାରେ ଦିନକୁ ୬ ଘଣ୍ଟା ଚାଲିବ ଗୃହ । ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହ କାର୍ଯ୍ୟ । ପ୍ରଥମ ପର୍ଯ୍ୟାୟ ସାଢେ଼ ୧୦ରୁ ସାଢେ ଗୋଟାଏ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ ଟାରୁ ୭ଟା ପର୍ଯ୍ୟନ୍ତ ଚାଲିବ ବୋଲି, ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି ।
୪. ମହାରାଷ୍ଟ୍ର ରାଜନୀତିରେ ବଡ଼ଧରଣର ହଟଚମଟ ହେବାର ଲକ୍ଷ୍ୟ କରାଯାଉଛି l ଆସନ୍ତାକାଲି ବିଧାନସଭାରେ ହେବ ଫ୍ଲୋର୍ ଟେଷ୍ଟ । ଆସ୍ଥା ଭୋଟ୍ର ସମ୍ମୁଖିନ ହେବେ ଉଦ୍ଧବ ସରକାର । ଗତକାଲି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟପାଳଙ୍କୁ ଭେଟି ଆସ୍ଥା ଭୋଟ୍ କରିବା ପାଇଁ ଦାବି ଉପସ୍ଥାପିତ କରିଥିଲେ ।

୫. ରାଷ୍ଟ୍ରପତି ନିର୍ବାଚନ ପରେ ଦେଶରେ ଅନୁଷ୍ଠିତ ହେବ ଉପ-ରାଷ୍ଟ୍ରପତି ପଦ ପାଇଁ ଭୋଟ । ଆସନ୍ତା ଅଗଷ୍ଟ ୬ ତାରିଖରେ ଉପ-ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ଆଜି ତାରିଖ ଘୋଷଣା ହୋଇଛି । ବର୍ତ୍ତମାନ ଦେଶର ଉପ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଏମ୍. ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେବାକୁ ଯାଉଛି ।
୬. ଆଜି ବି ଭିଜିବ ଓଡ଼ିଶା l ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି l ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ସମସ୍ତ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୂର୍ବ-ପଶ୍ଚିମ ଟ୍ରପ୍ ଲାଇନ୍ ଓଡ଼ିଶା ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ସକ୍ରୀୟ ରହିଥିବା ଜଣାପଡିଛି l

୭. ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ, ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଆଜି ଶହେ ଟପିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଏମାନଂକ ମଧ୍ୟରୁ ସ୍ଥାନୀୟ ସଂକ୍ରମିତ ୬୬ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟିନରୁ ୯୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୪ ଆକ୍ରାନ୍ତ ରହିଛନ୍ତି ।
୮. ଋଣ ସୁଝିନପାରି ପୁଣି ଚାଷୀ ଆତ୍ମହତ୍ୟା। ସୁବର୍ଣ୍ଣପୁର ଟୁନିଆମୁଣ୍ଡା ଗାଁର ଚାଷୀ ଭଗବାନ ଯୁଆଡି, ବ୍ୟାଙ୍କରୁ ଋଣ ଆଣି ଚାଷ କରି କ୍ଷତିରେ ପଡିଥିଲେ। ତେବେ ଋଣ ସୁଝିବା ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି l ଏକ ବିଲରୁ ତାଂକ ମୃତ ଦେହ ଠାବ ହୋଇଛି ।

୯. ଦୀର୍ଘ ୨ ବର୍ଷ ପରେ ପବିତ୍ର ନବଯୌବନ ଦର୍ଶନରେ ଭକ୍ତ ଓ ଭଗବାନଙ୍କର ମିଳନ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪୫ ମିନିଟ ପୂର୍ବରୁ ଆଜି ଶ୍ରୀମନ୍ଦିରରେ ପରିମାଣିକ ଓ ସର୍ବସାଧାରଣ ଦର୍ଶନ ହୋଇଥିଲା । ସେପଟେ ଘୋଷ ଯାତ୍ରା ପାଇଁ ରଥପଥ ପ୍ରସ୍ତୁତ ହୋଇ ରହିଛି l ଆଉ ଦିନକ ପରେ ବଡ଼ଦାଣ୍ଡକୁ ଓହ୍ଲାଇବେ ଚତୁର୍ଦ୍ଧା ମୂର୍ତ୍ତି।
୧୦. ଆରବ ସାଗରରେ ଏକ ବଡ଼ଧରଣର ଅଘଟଣ । ୯ ଜଣଙ୍କୁ ନେଇ ଯାଉଥିବା ପବନ ହଂସ ହେଲିକପ୍ଟର ସମୁଦ୍ର ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଓଡ଼ିଆଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସମସ୍ତ ମୃତକ ONGCର ଅଧିକାରୀ ବୋଲି ଜଣାପଡ଼ିଛି।

୧୧. ଶ୍ରୀଲଙ୍କାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଜାରି ରହିଛି । ଜନତା ହାହାକାର ସ୍ଥିତିରେ ଅଛନ୍ତି । ସେପଟେ ଇନ୍ଧନ କ୍ଷେତ୍ରରେ ରାସନ ବ୍ୟବସ୍ଥା ଲାଗୁ କରିଛନ୍ତି ସରକାର । ନିୟମ ଲାଗୁ ହେବା ପରେ ଅଧିକାଂଶ ପେଟ୍ରୋଲ ପମ୍ପ ଖାଁ ଖାଁ ହୋଇଛି । ଆସନ୍ତା ୨ ସପ୍ତାହ ଲାଗି ଏହି ନିୟମ ବଳବତ୍ତର ରହିବ ।

୧୨. ଉଦୟପୁର କହ୍ନେୟାଲାଲଙ୍କୁ ହତ୍ୟା ଘଟଣା ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ମଧ୍ୟ ଏହାକୁ ଘୋର ନିନ୍ଦା କରିଛନ୍ତି ।
୧୩. ଆୟରର୍ଲାଣ୍ଡରେ ସିରିଜ୍ କବ୍ଜା କରିଛି ଭାରତ । ଟି-20 ସିରିଜ୍କୁ ୦-୨ରେ ଜିତିଛି ଟିମ ଇଣ୍ଡିଆ । ବିଜୟ ପରେ ଧୋନୀଙ୍କୁ ଅନୁସରଣ କରିଛନ୍ତି କ୍ୟାପ୍ଟେନ୍ ହାର୍ଦ୍ଦିକ୍ l ସିରିଜ୍ ବିଜୟ ପରେ ଉମ୍ରାନ୍ଙ୍କୁ ଧରାଇଲେ ଟ୍ରଫି l

୧୪. ଗମ୍ଭୀର ରୋଗ ସହ ଲଢୁଛନ୍ତି ଅଭିନେତ୍ରୀ ଶହନାଜ ଟ୍ରେଜେରୀ । ଗତ କିଛି ବର୍ଷ ହେବ ପ୍ରୋସୋପାଗ୍ନୋସିଆ ନାମକ ଏକ ରୋଗ ସେ ସହ ଲଢୁଛନ୍ତି । ‘ଇସ୍କ ବିସ୍କ’ ସୁପର ହିଟ୍ ହେବା ପରେ ପରେ ସେ ଅନେକ ଫିଲ୍ମ କରିଥିଲେ। ଏବେ ଶହନାଜ୍ ଟ୍ରାଭେଲ ବ୍ଲଗିଂ ମାଧ୍ୟମରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରୁଛନ୍ତି।

୧୫. OTTରେ ରିଲିଜ୍ ହେବ ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥିରାଜ’ l ସିନେମା ହଲ୍ରେ ଧମାଲ୍ କରିବା ପରେ ଏବେ OTT ପ୍ଲାଟଫର୍ମରେ ଫିଲ୍ମଟି ରିଲିଜ୍ ହେବା ପାଇଁ ପ୍ରସ୍ତୁତ ହେଉଛି। ଫିଲ୍ମରେ ମନୁଷୀ ଚିଲ୍ଲାର, ଅକ୍ଷୟ କୁମାରଙ୍କ ସହ ସୋନୁ ସୁଦ ଏବଂ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି। ‘ସମ୍ରାଟ ପୃଥିରାଜ’ ୩ ଜୁନରେ ରିଲିଜ୍ ହୋଇଥିଲା ।

Comments are closed.