Latest Odisha News

BREAKING NEWS

ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ସରକାର ବହୁମତ ସାବ୍ୟସ୍ତ କରିବ । ସୁପ୍ରିମକୋର୍ଟ  ରାଜ୍ୟପାଳଙ୍କ ନିର୍ଦେଶ ଉପରେ ରୋକ ଲଗାଇନାହାଁନ୍ତି ।

ମହାବିକାଶ ଅଘାଡ଼ି ମେଣ୍ଟରୁ ୩୯ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଇଥିବାରୁ ରାଜ୍ୟପାଳ ଆସ୍ଥାଭୋଟ ଲଢ଼ିବାକୁ ଉଦ୍ଧବ ସରକାରଙ୍କୁ କହିଥିଲେ । କାଲି ୧୧ଟାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି ରାଜ୍ୟପାଳ ଭଗତ ସିଂ କୋଶ୍ୟାରି ନିର୍ଦେଶ ଦେଇଥିଲେ । ଏହା ସହ ସୁପ୍ରିମକୋର୍ଟ ନବାବ ମଲ୍ଲିକ ଏବଂ ଅନିଲ ଦେଶମୁଖଙ୍କୁ ଭୋଟ ଦେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି  । ମନି ଲଣ୍ଡରିଂ ମାମଲାରେ  ଇଡି ସେମାନଙ୍କୁ ଗିରଫ କରିଛି । ଏବେ ସେମାନେ ଜୁଡିସିଆଲ କଷ୍ଟଡିରେ ଅଛନ୍ତି ।  ସେପଟେ ବିଜେପି ବିଧାୟକମାନେ ତାଜ ହୋଟେଲରେ ଥିବାବେଳେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ବିଧାୟକମାନଙ୍କୁ ଭେଟିଛନ୍ତି ।

Leave A Reply

Your email address will not be published.