Latest Odisha News

BREAKING NEWS

କବିତା : ଭକ୍ତର ଭଗବାନ

ଗଙ୍ଗାଧର ପ୍ରଧାନ

ଭକତିରେ ବନ୍ଧା ତୁମେ ଭକତ ବନ୍ଧୁ,
ଭୋକିଲା ଦେଖିଲେ ତୋ ହୃଦ କାନ୍ଦୁ।।

ଭରସା କରି ଆସିଲା ସୁଦାମା ଦ୍ଵିଜ,
ଧନ ରତ୍ନ ଭସାଇଲ କେତେ ଯେ ଚିଜ।।

ଭାର୍ଯ୍ୟା ସୁତସୁତା ଧରି ବନ୍ଧୁ ମହାନ୍ତି,
ଭଜିଲା ତୋ ନାମ ପେଜନଳାର କତି।।

ଭାବ ଦେଖି ରାତ୍ର ଅର୍ଦ୍ଧେ ଥାଳିରେ ଅନ୍ନ,
ଭଳି ଭଳି ବ୍ୟଞ୍ଜନରେ ତୋଷିଲ ମନ।।

ଭଜି ଭଜି ତୁମ ନା ଶ୍ରୀଚୈତନ୍ୟ ଦେବ,
ଭକ୍ତିରେ ଦେଖାଦେଲ ହେ କୃଷ୍ଣ କେଶବ।।

ଭାବେ ବଳରାମ ଦାସ ବାଲି ରଥରେ,
ଭାବଗ୍ରାହୀ ଭଗବାନ ଥିଲ ସେଠାରେ।।

ଭିକ ମାଗି ପାଞ୍ଚ ପଡା ପାଣ୍ଡବ ପାଇଁ,
ଭାରି ଦୟାଶୀଳ ପରା ତୁମେ ଗୋସାଇଁ।।

ଭକ୍ତ ସାଲବେଗ ଭଜିଲା ତୋତେ ଯେ ନାଥ,
ଭକ୍ତ ପାଇଁ ଅଟକିଲା ତୁମର ରଥ।।

ଭକ୍ତ ଦାଶିଆ ନଡ଼ିଆ ଦେଲା ନାମକୁ ଧ୍ୟାୟୀ,
ଭାବଗ୍ରାହୀ ଭଗବାନ ନେଲ ହସ୍ତ ବଢ଼ାଇ।।

ଭକ୍ତ ତୁଳସୀ ଦାସ ଆସିଥିଲେ ଶ୍ରୀକ୍ଷେତ୍ର,
ଭାବେ ଶ୍ରୀରାମ ରୂପେ ଦେଖାଦେଲ ହେ ନାଥ।।

ଭାଳୁଅଛି ରାତିଦିନ ଏ ଅଧମ ତୁମର,
ଭବ ସାଗର ପ୍ରଭୁ ମୋତେ କର ଉଦ୍ଧାର।।

ଦନ୍ଦୀପୁର, ବଳଙ୍ଗା, ପୁରୀ

Leave A Reply

Your email address will not be published.