ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୨୦
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ ପୁରୀରେ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ପତିତ ଉଦ୍ଧାର କରିବା ସହ ପୁରୀକୁ ଆସିଥିବା ସମସ୍ତ ସାଧୁ, ସନ୍ଥ, ଯୋଗୀ, ମୁନିଙ୍କ ଚିତ୍ତକୁ ଆକର୍ଷିତ କରିଛି। ଏହାର ଅପୂର୍ଵ ଦୃଶ୍ୟରେ ବିମୋହିତ ହୋଇ ସନ୍ଥ କବୀର ବଡଦାଣ୍ଡରେ ଗାଇଥିଲେ ।
“ନୀଳ ଚକ୍ର ପର ଧ୍ବଜା ବିରାଜେ,
ମସ୍ତକେ ଶୋହେ ହୀରା
ଠାକୁର ଆଗେ ଦାସ ନାଚେ ।”
ଆଉଜି ସାଧାରଣତଃ ନୀଳଚକ୍ର ଦର୍ଶନ କରାଯାଏ। ଅନ୍ୟ ଏକ ସ୍ଥାନ ହେଲା ବଟ ଗଣେଶ ଓ ସର୍ବ ମଙ୍ଗଳାଙ୍କ ମନ୍ଦିର ପାଖରୁ ନୀଳଚକ୍ର ଦର୍ଶନ କରିବା ବିଧି ଅଛି । ଶାସ୍ତ୍ର ଏହାର ଶୋଭା ବର୍ଣ୍ଣନା କରି ଏପରି କୁହେ ।
“ଉଗ୍ରଂ ସୌମ୍ୟଂ ପ୍ରଶାନ୍ତଂ ମଣିମୟ ମୁକୁଟଂ କୋଟିବାଳାକ୍ରକାନ୍ତିଂ ।” ଅର୍ଥାତ ସେ ଉଗ୍ର, ସେ ସୌମ୍ୟ, ପ୍ରଶାନ୍ତ. ତଥା ମଣିମୟ ମୁକୁଟ ଶୋଭିତ, କୋଟି ସୂର୍ଯ୍ୟଙ୍କ କାନ୍ତି ଧାରଣ କରିଥିବା ଚକ୍ର ରୂପୀ ସ୍ୱୟଂ ନାରାୟଣ ଅଟନ୍ତି. କୁହାଯାଏ ଏହି ଚକ୍ରନାରାୟଣ ପ୍ରାତଃ ସୂର୍ଯ୍ୟ ଉଦୟ ସମୟରେ ସମ୍ପୂର୍ଣ ଶ୍ୱେତ ବର୍ଣ୍ଣ ମଧ୍ୟାହ୍ନରେ ସୂର୍ଯ୍ୟ ରଶ୍ମି ତେଜ ଅନୁସାରେ ଧିରେ ଧିରେ ନୀଳରୁ ଗାଢ଼ ନୀଳରଙ୍ଗ ଧାରଣ କରେ। ସନ୍ଧ୍ୟା ସମୟରେ ପଶ୍ଚିମ ଆକାଶର ଲୋହିତ ରଙ୍ଗରେ ରଙ୍ଗେଇ ହୋଇ ଅପୂର୍ବ ଶୋଭା ଧାରଣ କରେ ସାଧାରଣତଃ ବିଷ୍ଣୁ ମନ୍ଦିର ଓଦେବୀ ମନ୍ଦିର ମାନଙ୍କରେ ଚକ୍ର,ଶିବ ମନ୍ଦିରରେ ତ୍ରିଶୂଳ ଶୋଭା ପାଇଥାନ୍ତି । କିନ୍ତୁ ନୀଳଚକ୍ର ସାଧାରଣ ଚକ୍ର ନୁହେଁ ଏହାର ସମ୍ପୂର୍ଣ ସ୍ୱରୂପ ବିଷୟରେ ଆଗକୁ ଜାଣିବା। ଏବେ ଆରାଧନାର ସମୟ
“ସାଧୁଙ୍କ ସଙ୍ଗ କର ନିତି
ଲଭିବୁ ନିର୍ମଳ ଭକତି ।
ଭକତି କରି ଶୁଦ୍ଧ ଚିତ୍ତେ
ଜ୍ଞାନ ଲଭିବୁ ତୁ ସାକ୍ଷାତେ ।
ଜ୍ଞାନେ ସଂସାରୁ ହେବୁ ପାର
ଶୁଣି ଉଦ୍ଧବ ଯୋଡି କର।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )