Latest Odisha News

[ଦେଖନ୍ତୁ ଭିଡିଓ] ମହଙ୍ଗା ପଡ଼ିଲା ନାଗକୁ ଗେଲ । ଚୋଟ ପରେ ଚୋଟ ମାରିଲା ନାଗ ସାପ

ନବରଙ୍ଗପୁର : ମହଙ୍ଗା ପଡ଼ିଲା ନାଗକୁ ଗେଲ। ନିଶାରେ ନାଗକୁ କରୁଥିଲେ ଗେଲ। ଚୋଟ ପରେ ଚୋଟ ମାରିଚାଲିଲା ନାଗ ସାପ । ଏହିଭଳି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ପାପଡାହାଣ୍ଡି ଜାମ୍ବଗୁଡାରେ । ମଦ ନିଶାରେ ଯୁବକ ଜଣକ ନାଗକୁ ଧରି ଖେଳୁଥିବା ବେଳେ ପଡିଛି ମହଙ୍ଗା । ଆଉ ଏବେ ରକ୍ତାକ୍ତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ପାପଡାହାଣ୍ଡି ବ୍ଲକ ପାତ୍ରୀ ଗ୍ରାମର ମାଧବ ଗୌଡ଼ । ସେ ଜାମ୍ବଗୁଡ଼ା ଗ୍ରାମ ନିକଟରେ ଥିବା ଶାଳ ଜଙ୍ଗଲରୁ ଏକ ବିଷାକ୍ତ ନାଗ ସାପ ଧରି ରାସ୍ତା ଉପରେ ଖେଳୁଥିଲେ । ଲାଗୁଥିଲା ବିଷାକ୍ତ ସାପ ନୁହେଁ ତ ସେ ତାଙ୍କ ସାଙ୍ଗ । କେତେବେଳେ ସାପକୁ ଚୁମ୍ବନ ଦେଉଥିଲେ, ଆଉ କେତେବେଳେ ବେକରେ ଗୁଡ଼ାଇ ବୁଲୁଥିଲେ ।

ତେବେ ନାଗ ସାପ ରାଗରେ ମାଧବ ଗୌଡ଼ଙ୍କ ଓଠ ଆଉ ହାତରେ ଚୋଟ ମାରିଥିଲେ ମଧ୍ୟ ସେ ସାପକୁ ଛାଡି ନଥିଲେ l କିଛି ଲୋକ ମାଧବକୁ ରକ୍ତାକ୍ତ ଅବସ୍ଥାରେ ଥିବା ଦେଖି ତତେ ପଇସା ଦେବୁ ସାପଟିକୁ ଛାଡିଦେ ବୋଲି ଅନୁରୋଧ କରିଥିଲେ l

ଆଉ ତାପରେ ଲୋକଙ୍କ କହିବା ମାନି ହେଉ କିମ୍ବା ଟଙ୍କା ଲୋଭରେ ହେଉ ସାପକୁ ଛାଡ଼ି ଦେଇଲା । ଶେଷରେ ସେଠାକାର ଲୋକେ ଆମ୍ବୁଲାନ୍ସ ଡକାଇ ଗୁରୁତର ମାଧବକୁ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତ କରାଯାଇ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.