Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ: ଓଡିଆ ଝିଅ ଦ୍ରୌପଦୀଙ୍କୁ ସମର୍ଥନ କରିବ ଶିରୋମଣୀ ଅକାଳୀ ଦଳ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସ୍ଥିତି ଦିନକୁ ଦିନ ମଜଭୁତ ହେବାରେ ଲାଗିଛି । ଆଜି ଓଡିଆ ଝିଅ ଦ୍ରୌପଦୀଙ୍କୁ ଶିରୋମଣୀ ଅକାଳୀ ଦଳ ସମର୍ଥନ କରିବ ବୋଲି ଘୋଷଣା କରିଛି । ଶିଖ ବିରୋଧୀ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବାରେ ପ୍ରଶ୍ନ ଉଠୁ ନାହିଁ ବୋଲି ଦଳର ସୁପ୍ରିମୋ ସୁଖବୀର ସିଂ ବାଦଲ କହିଛନ୍ତି । କୃଷି ଆଇନ ନେଇ ବିଜେପି ସହ ମତ ପାର୍ଥକ୍ୟର ମାନେ ନୁହେଁ ଯେ, ସବୁଥିରେ ବିରୋଧ କରିବୁ ବୋଲି ସେ କହିଛନ୍ତି । ଅକାଳୀ ଦଳ ସର୍ବଦା ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସମର୍ଥନ କରି ଆସିଛି ।

ମୁର୍ମୁ ମଧ୍ୟ ସେଥରୁ ଜଣେ ବୋଲି ସେ କହିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏ ନେଇ ସୁଖବୀର ସିଂ ବାଦଲଙ୍କ ସହ କଥା ହୋଇ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ । ଜନତା ଦଳ ସିକ୍ୟୁଲାର ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି ।

Leave A Reply

Your email address will not be published.