Latest Odisha News

BREAKING NEWS

ଏକନାଥଙ୍କୁ ଦଳର ସମସ୍ତ ପଦରୁ ହଟାଇଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକନାଥ ନିଜକୁ ଶିବସେନାର ଏକ ଅଂଶ ବୋଲି ଦାବି କରୁଛନ୍ତି । କିନ୍ତୁ ଏହାରି ଭିତରେ ଉଦ୍ଧବ ସିନ୍ଦେଙ୍କୁ ଦଳର ନେତା ପଦରୁ ହଟାଇ ଦେଇଛନ୍ତି। ଉଦ୍ଧବ ଠାକରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସିନ୍ଦେ ଆଉ ଶିବସେନାର ନେତା ନୁହଁନ୍ତି। ସେ ଦଳ ବିରୋଧରେ କାମ କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗତକାଲି ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ କରି ଏକନାଥ ସିନ୍ଦେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ସହ ଡେପୁଟି ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଶପଥ ଗ୍ରହଣ କରିଥିଲେ। ଏବେ ଏକନାଥ ନିଜକୁ ଶିବସେନାର ସଦସ୍ୟ ବୋଲି ଦାବି କରିଛନ୍ତି। ଏ ନେଇ ଦଳର ସୁପ୍ରିମୋ ଉଦ୍ଧବ ଠାକରେଙ୍କ ସହ ବାକ୍ ଯୁଦ୍ଧ ଚାଲିଥିବା ବେଳେ ଆଗାମୀ ଦିନରେ ମାମଲା କୋର୍ଟରେ ପହଞ୍ଚିପାରେ ।

ଏହାପୂର୍ବରୁ ଶୁକ୍ରବାର ଏକନାଥ ସିନ୍ଦେଙ୍କୁ ଦଳର ସଂଗଠନ ପଦରୁ ଉଦ୍ଧବ ହଟାଇ ଦେଇଛନ୍ତି। ଦଳ ଦ୍ୱାରା ପ୍ରକାଶିତ ଏକ ଚିଠିରେ ଶିବସେନା ସୁପ୍ରିମୋ ଠାକରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସିନ୍ଦେ ପାର୍ଟି ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି ଏବଂ ସ୍ୱେଚ୍ଛାକୃତ ଭାବେ ତାଙ୍କ ସଦସ୍ୟତା ସେ ଛାଡିଛନ୍ତି।

ଅପରପକ୍ଷେ, ସିନ୍ଦେ ଦାବି କରିଛନ୍ତି ଯେ ସେ ଶିବସେନାର ନେତା ତଥା ଉଦ୍ଦବ ଠାକରେଙ୍କ ପାଖରେ ବହୁତ କମ୍ ସଂଖ୍ୟାର ବିଧାୟକ ରହିଛନ୍ତି । ଏପରି କହି ପରୋକ୍ଷରେ ସିନ୍ଦେ ଦାବି କହିବାକୁ ଚାହିଁଛନ୍ତି ଯେ ତାଙ୍କ ପାଖରେ ସର୍ବାଧିକ ବିଧାୟକ ରହିଥିବାରୁ ଆଗାମୀ ଦିନରେ ତାଙ୍କ ପାଖରେ ଦଳର ନିୟନ୍ତ୍ରଣ ରହିବ।

Leave A Reply

Your email address will not be published.