Latest Odisha News

BREAKING NEWS

ଅନୁଭବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନବୀନ ନିବାସ ଗଲେ ସାମ୍ବାଦିକା

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମହିଳା ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟ ଗୁରୁବାର ଦିନ ନବୀନ ନିବାସରେ ଧାରଣା ଦେଇଛନ୍ତି ।

ସେ ନବୀନ ନିବାସ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଏୟାରଫିଲ୍ଡ ଥାନାର ପୋଲିସ ତାଙ୍କୁ ବଳପୂର୍ବକ ଭାବେ ସେଠାରୁ ଉଠାଇ ନେଇଛନ୍ତି ।

ଏହି ମହିଳା ସାମ୍ବାଦିକା ଜଣକ ଜୁନ ୧୨ ତାରିଖରେ କଟକ ପୁରୀଘାଟ ଥାନାରେ ସାଂସଦ ଅନୁଭବ ଓ ତାଙ୍କ ଭାଇଙ୍କ ନାମରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ କରିଥିଲେ ।

ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଗତ ୨ବର୍ଷ ହେଲା ସାଂସଦ ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ତାଙ୍କୁ ହଇରାଣ ହରକତ କରିଆସୁଛନ୍ତି । ଏସମ୍ପର୍କରେ ସାଂସଦଙ୍କୁ ଜଣାଇବାକୁ ସେ ଅନୁଭବଙ୍କ ବାସଭବନକୁ ଯାଇଥିଲେ । ମାତ୍ର ସେ ତାଙ୍କୁ ଗାଳି ଦେଇ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା କଥା ସେ ଅଭିଯୋଗ କରିଛନ୍ତି । ଏପରିକି ସାଂସଦ ତାଙ୍କୁ ଛେପ ପକାଇ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିବା କଥା ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ପୁରୀଘାଟ ଥାନାରେ ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଅନୁଭବଙ୍କ ବିରୋଧରେ କେସ ନଂ (୧୧୮/୨୦୧୯) ଏବଂ ଭାରତୀୟ ପିଙ୍ଗଳ କୋର୍ଡ଼ ୨୯୪, ୩୫୪ (କ), ୩୨୩ ଏବଂ ୩୪ ଧାରା ଅନୁଯାୟୀ ମାମଲା ରୁଜୁ କରିଛି ।

ଏସମ୍ପର୍କରେ ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରି ଗଣମାଧ୍ୟମକୁ କହିଛନ୍ତି, “ପୂର୍ବରୁ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଏପରି ଏକ ମିଥ୍ୟା ଅଭିଯୋଗ କରିଥିଲେ । ମହିଳା ଜଣକ ରାତିରେ ଏକୁଟିଆ ବସିଥିବାର ଲକ୍ଷ୍ୟ କରି ତା’ର ସୁରକ୍ଷା ଲାଗି ମୁଁ ନିଜେ ପୋଲିସକୁ ଖବର ଦେଇଥିଲି । ଓଡ଼ିଶାର ଜନସାଧାରଣ ମୋତେ ଭଲ ଭାବେ ଜାଣିଛନ୍ତି । ସେମାନଙ୍କ ଲାଗି ମୋର କେତେ ସମ୍ମାନ ରହିଛି ସେମାନେ ଅବଗତ ରହିଛନ୍ତି”, ବୋଲି ଅନୁଭବ କହିଛନ୍ତି ।

Leave A Reply

Your email address will not be published.