Latest Odisha News

ସ୍ପାଇସ ଜେଟକୁ ଡିଜିସିଏ ନୋଟିସ୍; ଇଣ୍ଡିଗୋ କ୍ୟାବିନରେ ନିଆଁ

ଇନ୍ଦୋର: ବୁଧବାର ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ସ୍ପାଇସ ଜେଟକୁ କଡ଼ା ଭର୍ତ୍ସନା କରିବା ସହ ନୋଟିସ ଜାରି କରିବା ପରେ ଇଣ୍ଡିଗୋର ଏମ ବିମାନକୁ ତଦନ୍ତ କରୁଛି । ରାୟପୁର-ଇନ୍ଦୋର ଏକ ବିମାନ ଗନ୍ତବ୍ୟ ସ୍ଥଳ ଇନ୍ଦୋରରେ ପହଞ୍ଚିବା ପରେ ଏକ କ୍ୟାବିନରୁ ଧୂଆଁ ବାହାରୁଥିବା ଲକ୍ଷ୍ୟ କରାଯାଇଛି ।

ଖବର ସରବରାହ ସଂସ୍ଥା ପିଟିଆଇ ଏହି ଘଟଣା ପ୍ରକାଶ କରିଛି । ଏନେଇ ଇଣ୍ଡିଗୋ ପକ୍ଷରୁ କିଛି ଅଫିସିଆଲ ସୂଚନା ଆସିନି । ପିଟିଆଇ ଇଣ୍ଡିଗୋର ଜଣେ କ୍ୟାବିନ୍ କ୍ରିଉଙ୍କ ସୂଚନା ଆଧାରରେ ଏହି ଖବର ପ୍ରକାଶ କରିଛି ।

ଡିଜିସିଏ ମଧ୍ୟ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି ବୋଲି ଜଣାପଡ଼ିଛି ।

ବୁଧବାର ସ୍ପାଇସ ଜେଟକୁ ବିଭାଗୀୟ ମନ୍ତ୍ରୀ ଏବଂ ଡିଜିସିଏ କଡ଼ା ସମାେଲାଚନା କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷାରେ ଢ଼ିଲା ମାରୁଥିବା କହି କାରଣ ଦର୍ଶାଅ ନୋଟିସ ଜାରି କରିଛି ।

ବିଗତ ଅଠର ଦିନ ମଧ୍ୟରେ ସ୍ପାଇସ ଜେଟର ଆଠଟି ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି । ଯାହାକୁ ନେଇ ସାରା ଦେଶରେ ବିମାନ ଯାତ୍ରାକୁ ପ୍ରାଧାନ୍ୟ ଦେଉଥିବା ଯାତ୍ରୀଙ୍କ ଭିତରେ ଆତଙ୍କ ଓ ନିରାଶା ସୃଷ୍ଟି ହୋଇଛି ।

Comments are closed.