Latest Odisha News

BREAKING NEWS

ବକରିଦରେ ଗୋବଂଶ ହତ୍ୟା ଉପରେ ମହାରାଷ୍ଟ୍ରରେ କଟକଣା: ଡିଜିପିକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି ନାର୍ଭେକର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଶନିବାର ବକରିଦରେ ଯେପରି ଗୋବଂଶକୁ ହତ୍ୟା କରା ନ ଯିବ ସେ ନେଇ ଡିଜିପିକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଗୋବଂଶର ମାଂ ବିକ୍ରି କରିବା ଏବଂ ରଖିବା ଲୋକଙ୍କୁ ୫ ବର୍ଷ ଜେଲ ଏବଂ ୧୦ ହଜାର ପର୍ଯ୍ୟନ୍ତ ଜରିମାନା କରାଯିବ । ୭ଜୁନରେ କେତେକ ଲୋକ ଦେବନାରରେ ଏକ ଟ୍ରକରେ ଗାଇମାନଙ୍କୁ ନେଇ ଯାଉଥିବା ବେଳେ ପୋଲିସ ସେଠାରେ ପଂହଚି ଏହାକୁ ଜବତ କରିଥିଲା । ଏହା ପରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବିଜେପି-ଶିବସେନା ଗଠବନ୍ଧନ ସରକାରଙ୍କୁ ସେମାନେ ଏହାକୁ ବନ୍ଦ କରିବା ପାଇଁ ପତ୍ର ଲେଖିଥିଲେ ।

ନୁପୂର ଶର୍ମାଙ୍କ ବୟାନ ପରେ ସାରା ଦେଶରେ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ତାଙ୍କୁ ସମର୍ଥନ କରିଥିବା ଅମରାବତୀ ଓ ଉଦୟପୁରରେ ୨ଜଣଙ୍କୁ ହତ୍ୟା କରାଯିବା ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇ ଯାଇଥିଲା । ଲୋକସଭା ସାଂସଦ ତଥା ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଂଟର ମୁଖଁ ମୌଲାନା ବଦରୁଦ୍ଦିନ ଅଜମଲ ଆସାରେ ହିନ୍ଦୁମାନଙ୍କ ଭାବନାକୁ ସମ୍ମାନ ଦେବା ସହ ବକରିଦରେ ଗୋବଂଶର କୁର୍ବାନୀ ନ ଦେବାକୁ ଅନୁରୋଧ କରିଛନ୍ତି ।

Comments are closed.