ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଂସଦ ମହେଶ ସାହୁଙ୍କ ନେତୃତ୍ତ୍ବରେ NALCO CSR ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାର୍ଶ୍ବିକ ଉନ୍ନତି ଓ ସ୍ଥାନୀୟ ନିଯୁକ୍ତି ଦାବିରେ ଏକ ପ୍ରତିବାଦ ସଭା ଓ ଶାନ୍ତିପୂର୍ଣ ଆନ୍ଦୋଳନ ଆୟୋଜନ କରାଯାଇଛି । ସାଂସଦଙ୍କ ସମ୍ପର୍କ ସଂଯୋଜକ ଓ ସଂଗ୍ରାମ ସଂଯୋଜକ କମିଟି ତତ୍ତ୍ବାବଧନରେ NALCO ସ୍ମେଲ୍ଟର ପ୍ଲାଣ୍ଟ ର ମୂଖ୍ୟ ଫାଟକ ସମ୍ମୁଖରେ ୨ ଘଣ୍ଟିଆ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ ନାଲକୋ କ୍ଷତିଗ୍ରସ୍ତ ତଥା ପାରିପାର୍ଶ୍ବିକ ଗ୍ରାମବାସୀ , ଶ୍ରମିକ ସଙ୍ଗଠନ ଓ ଜମିହରା ପ୍ରଜାମାନେ ସାମିଲ ହୋଇଥିଲେ ।
ଏହି ପ୍ରତିବାଦ ସଭାରେ ଗ୍ରାମ୍ୟ ଗୃହ ନିର୍ମାଣ ଅଧକ୍ଷ ମୀନକେତନ ଅମାନ୍ତ , ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଭକ୍ତିପ୍ରଶାଦ ଦାସ , ପୂର୍ଣଚନ୍ଦ୍ର ରାଉତ୍ , ପାରିପାର୍ଶ୍ବିକ କିଛି ପଂଚାୟତର ସରପଂଚ ଓ ସମିତିସଭ୍ୟ ଉପସ୍ଥିତ ରହି ନିଜର ଦାବି ଉପସ୍ଥାପନ କରିଥିଲେ । ସମସ୍ତ ଜମିହରା ପ୍ରଜା ମାନେ ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ । ଆନ୍ଦୋଳନ ର ବିଭିନ୍ନ ଦାବି ଗୁଡ଼ିକ ମଧ୍ୟରେ CSR ପାଣ୍ଠିର ଉପଯୁକ୍ତ ବିନିଯୋଗ ତଥା ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ବିକାଶ ମୂଳକ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ ଜମୀହରା ପ୍ରଜା , ଯୁବକ ଓ ଯୁବତୀ ମାନଙ୍କୁ ନିଯୁକ୍ତି ରେ ଅଗ୍ରାଧୀକାର ଦାବି । ଏଲ. ଏ. ପି / ଆଇ. ଟି. ଆଇ ଓ ଏସ. ଏ. ପି. ମାନଙ୍କୁ ସ୍ଥାୟୀ ନିଯୁକ୍ତି । କ୍ଷତିଗ୍ରସ୍ତ ତଥା ପାରିପାର୍ଶ୍ବିକ ଗ୍ରାମ ଗୁଡିକର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବତନ୍ତ୍ର ଟେକନିକାଲ ଓ ଜେନେରାଲ ଶିକ୍ଷା ପ୍ରଶିକ୍ଷଣ ପାଇଁ NALCO ନିଜସ୍ବ ତାଲିମ କେନ୍ଦ୍ର ପ୍ରତିଷ୍ଠା ଦାବି । ପାରିପାର୍ଶ୍ବିକ ଗ୍ରାମ ଗୁଡିକରେ ବ୍ୟାପକ ବୃକ୍ଷ ରୋପଣ କରାଯାଉ । ଦୁର୍ଘଟଣା ରେ ମୃତ୍ୟୁୂରଣ କରୁଥିବା ଶ୍ରମିକ ମାନଙ୍କର ପରିବାରକୁ ୧୫ ଲକ୍ଷ ଟଙ୍କା ର ସହାୟତା ଓ ପରିବାରର ଜଣକୁ ମେଣ୍ଟେନାନ୍ସ ରେ ନିଯୁକ୍ତି । ଯଦି ନିର୍ଦିଷ୍ଟ ସମୟ ସୀମା ଭିତରେ ଏହି ଦାବୀ ଗୁଡିକୁ NALCO ପ୍ରଶାସନ ସମାଧାନ ନକରେ ତେବେ ଆଗାମୀ ଦିନରେ ରେଳ ରୋକ ଓ ଅର୍ଥନୈତିକ ଅବରୋଧ ପାଇଁ ସାଂସଦ ସୂଚନା ଦେଇଛନ୍ତି ।
BREAKING NEWS
- AI Data Centers In Space: ମହାକାଶରେ ଖୋଲିବ AI ଡାଟା ସେଣ୍ଟର, ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି SpaceX CEO…
- EPFO: ସର୍ବନିମ୍ନ ପେନସନ୍ ୭,୫୦୦ ଟଙ୍କାକୁ ବୃଦ୍ଧି କରିବେ କି ସରକାର? ଶ୍ରମ ମନ୍ତ୍ରୀ ଦେଲେ ବଡ଼ ସୂଚନା…
- ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି
- India EU Trade Deal: ‘ମଦର୍ ଅଫ୍ ଅଲ୍ ଡ଼ିଲ’, ସରିଫ୍-ୟୁନୁସଙ୍କ ପାଇଁ କାଳ!
- Senior Citizens To Visit Puri: ବରିଷ୍ଠ ନାଗରିକ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର
- Turkey Offer To Iran: ଆମେରିକାକୁ ତେଲ ଦେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଚୁକ୍ତି କର…ଇରାନକୁ ବଡ଼ ପ୍ରସ୍ତାବ ଦେଲା ତୁର୍କୀ…
- ଟି୨୦ ବିଶ୍ୱକପ: ଦ୍ରୁତ ଶତକ ହାସଲ କରିଥିବା ୫ ବ୍ୟାଟ୍ସମ୍ୟାନ
- ରଣବୀରଙ୍କୁ ଅନଫଲୋ କଲେ ଫରହାନ
- Pan Masala Not Banned In Odisha: ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
- ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଅଭିନେତାଙ୍କ ବିରୋଧରେ ଚାଲିବ ମାମଲା
Comments are closed.