Latest Odisha News

BREAKING NEWS

ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ

ମହାଲକ୍ଷ୍ମୀଙ୍କୁ ଖୁଆଇବେ ରସଗୋଲା ଦେବେ ପାଟ୍ଟଶାଢ଼ୀ

ପୁରୀ:  ଆଜି ଚତୁର୍ଦ୍ଧା ବିଗ୍ରହଙ୍କର ନିଳାଦ୍ରୀବିଜେ । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ଅପରାହ୍ନ ରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ଭିତରେ ଶେଷ କରିବାକୁ ସମୟ ନିର୍ଘଣ୍ଟ ହୋଇଛି । ୧୨ ଦିନର ଲୀଳାଖେଳା ପରେ ଶ୍ରୀମନ୍ଦିର ରତ୍ନବେଦୀରେ ଉଭା ହେବେ ଶ୍ରୀବିଗ୍ରହ । କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିଲା ପରେ ମନ୍ଦିର ପ୍ରବେଶକୁ ମିଳିବ ଅନୁମତି।   ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ଆଜି ଭୋରରୁ ନୀତିକାନ୍ତି ସବୁ ଆରମ୍ଭ ହୋଇଛି । ଭୋରରୁ ତିନି ରଥରେ ମଙ୍ଗଳ ଆଳତି ହେବ ।  ଅପରାହ୍ନରେ ତିନି ରଥର ଚାରବନ୍ଧା କାମ ସରିବା ପରେ ସାଢେ ତିନିଟାରେ ସିଂହାସନ ମାଜଣା ହେବ । ପରେ ପହଣ୍ଡି ଆରମ୍ଭ ହେବ । ଆଜି ନିଳାଦ୍ରୀ ବିଜେ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର  ବ୍ୟବସ୍ଥା କରାଯାଇଛି ।

 

 

 

Leave A Reply

Your email address will not be published.