ବିଏସଏନଏଲ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ (ସି.ଜି.ଏମ୍) ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି ଶ୍ରୀ ରୁଦ୍ରନାରାୟଣ ପଲାଇ, ଆଇ.ଟି.ଏସ୍ । ଏହି ଅବସରରେ ସେ ଓଡିଶା ଦୂରସଂଚାର ପରିମଣ୍ଡଳରେ କାର୍ଯ୍ୟରତ ସମସ୍ତ ଉଦ୍ୟୋଗ ବ୍ୟବସାୟିକ କ୍ଷେତ୍ର ମୁଖ୍ୟ, ଅଧିକାରୀ, କର୍ମଚାରୀ ତଥା ବିଏସଏନଏଲର ଗ୍ରାହକମାନଙ୍କୁ ତାଙ୍କର ଆନ୍ତରିକ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ, ବନ୍ୟା ବାତ୍ୟା, ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ପ୍ରତିକୂଳ ପରିସ୍ଥିତିରେ ଦେଶ ତଥା ରାଜ୍ୟର ସମସ୍ତ ଭାଗରେ ଟେଲି ଯୋଗାଯୋଗ ସେବା ନିରବଛିନ୍ନ ଭାବେ ଯୋଗାଇ ଆସୁଛି ଓ ଆଗାମୀ ଦିନରେ ମଧ୍ୟ ଏହାର ଗ୍ରାହକ ମାନଙ୍କୁ ଆକର୍ଷଣୀୟ ଟାରିଫ୍ ସହ ଅସୀମିତ କଲ୍, ଡାଟା, ଏବଂ ଆଧୁନିକତମ ଟେଲି ସେବା ପ୍ରଦାନ ଜାରି ରଖିବ । ଶ୍ରୀ ପଲାଇ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଭାରତ ସରକାରଙ୍କ ଉପକ୍ରମ ବିଏସଏନଏଲ ରାଜ୍ୟର ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କୁ ଲ୍ୟାଣ୍ଡଲାଇନ, ମୋବାଇଲ୍ ଏବଂ ଏଫଟିଟିଏଚ୍ (FTTH)ସେବା ଉପଲବ୍ଧ କରାଇବାକୁ ସର୍ବାଧିକ ଗୁରୁତ୍ୱ ଦେଇଆସୁଛି । ବିଏସଏନଏଲର ଆକର୍ଷଣୀୟ ଟାରିଫ୍ ପ୍ଲାନ ଯୋଗୁଁ ଗ୍ରାହକମାନଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି । ଅପ୍ଟିକାଲ୍ ଫାଇବର ମାଧ୍ୟମରେ ଓ୍ୱାଇ-ଫାଇ, ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ସହିତ ଘରେ ରହି ଅନଲାଇନ୍ ମାଧ୍ୟମରେ କାର୍ଯ୍ୟ କରୁଥିବା ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ଏବଂ ଅନଲାଇନ ମାଧ୍ୟମରେ କ୍ଲାସରେ ଯୋଡିହେବା ପାଇଁ ସବୁବର୍ଗର ଛାତ୍ର/ଛାତ୍ରୀମାନଙ୍କର ବିଏସ୍ଏନ୍ଏଲ୍ ପ୍ରଥମ ପସନ୍ଦ I ଅପ୍ଟିକାଲ୍ ଫାଇବର ମାଧ୍ୟମରେ ଦୁର୍ଗମ ଗ୍ରାମାଞ୍ଚଳକୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବା ଦିଗରେ ବିଏସଏନଏଲର ଭୂମିକା ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି I ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଖୁବ୍ ଶୀଘ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଉନ୍ନତ ମାନର ଟାଓ୍ୱାର ସ୍ଥାପନ ସହିତ 4ଜି ସେବା ଉପଲବ୍ଧ କରାଇବାକୁ ଶ୍ରୀ ରୁଦ୍ରନାରାୟଣ ପଲାଇ ଦୃ଼ଢୋକ୍ତି ପ୍ରକାଶ କରିବା ସହିତ ଜନସାଧାରଣଙ୍କ ମତାମତକୁ ଅଗ୍ରାଧିକାର ଦେବାକୁ ଆଶାବ୍ୟକ୍ତ କରିଛନ୍ତି I
BREAKING NEWS
- Sanchar Saathi App :ସରକାର ବଦଳାଇଲେ ନିଜ ନିଷ୍ପତ୍ତି, ‘ସଞ୍ଚାର ସାଥୀ ଆପ୍’ ବାଧ୍ୟତାମୂଳକ ନୁହଁ…
- Fighter Jet Crash: ବଡ଼ ବିମାନ ଦୁର୍ଘଟଣା, ଅଳ୍ପକେ ବଞ୍ଚିଗଲା ପାଇଲଟଙ୍କ ଜୀବନ…
- Russian President :ଆଜି ଭାରତ ଆସୁଛନ୍ତି ଋଷ୍ ରାଷ୍ଟ୍ରପତି ପୁଟିନ୍, ଭାରତ ସହ କରିପାରନ୍ତି ବଡ଼ ଡ଼ିଲ୍!
- Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୧୨ ମାଓବାଦୀ ନିହତ; ୩ ଯବାନ ସହିଦ
- ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେଲେ ବ୍ରତତୀ ହରିଚନ୍ଦନ
- SI recruitment scam: ସିଲିକନ ଟେକ୍ ସହ ସମସ୍ତ ଚୁକ୍ତି ବାତିଲ କଲେ ରାଜ୍ୟ ସରକାର
- ଶାରୀରିକ କ୍ଷମତା ବା ଭିନ୍ନ-କ୍ଷମତା ପ୍ରତିଭାର ବିକାଶରେ କେବେ ବି ବାଧା ସୃଷ୍ଟି କରେ ନାହିଁ: ମୁଖ୍ୟମନ୍ତ୍ରୀ
- ବାବା ଭେଙ୍ଗାଙ୍କ ବ୍ୟତୀତ ଆଉ କେଉଁମାନଙ୍କ ଭବିଷ୍ୟବାଣୀ ହୋଇଛି ସତ ? ଜାଣନ୍ତୁ…
- CM Air Health Service: ମାଓ ଅଧ୍ୟୁଷିତ ମାଲକାନଗିରିରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସେବା…
- ‘୨୦୨୫-୨୬ରେ ଓଡ଼ିଶାକୁ ୧୩ ଗୁଣ ଅଧିକ ୧୦,୫୯୯ କୋଟିର ରେଳ ବଜେଟ୍ ଆବଣ୍ଟନ କରାଯାଇଛି’
Comments are closed.