ବିଏସଏନଏଲ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ (ସି.ଜି.ଏମ୍) ଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି ଶ୍ରୀ ରୁଦ୍ରନାରାୟଣ ପଲାଇ, ଆଇ.ଟି.ଏସ୍ । ଏହି ଅବସରରେ ସେ ଓଡିଶା ଦୂରସଂଚାର ପରିମଣ୍ଡଳରେ କାର୍ଯ୍ୟରତ ସମସ୍ତ ଉଦ୍ୟୋଗ ବ୍ୟବସାୟିକ କ୍ଷେତ୍ର ମୁଖ୍ୟ, ଅଧିକାରୀ, କର୍ମଚାରୀ ତଥା ବିଏସଏନଏଲର ଗ୍ରାହକମାନଙ୍କୁ ତାଙ୍କର ଆନ୍ତରିକ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ, ବନ୍ୟା ବାତ୍ୟା, ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଭଳି ପ୍ରତିକୂଳ ପରିସ୍ଥିତିରେ ଦେଶ ତଥା ରାଜ୍ୟର ସମସ୍ତ ଭାଗରେ ଟେଲି ଯୋଗାଯୋଗ ସେବା ନିରବଛିନ୍ନ ଭାବେ ଯୋଗାଇ ଆସୁଛି ଓ ଆଗାମୀ ଦିନରେ ମଧ୍ୟ ଏହାର ଗ୍ରାହକ ମାନଙ୍କୁ ଆକର୍ଷଣୀୟ ଟାରିଫ୍ ସହ ଅସୀମିତ କଲ୍, ଡାଟା, ଏବଂ ଆଧୁନିକତମ ଟେଲି ସେବା ପ୍ରଦାନ ଜାରି ରଖିବ । ଶ୍ରୀ ପଲାଇ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଭାରତ ସରକାରଙ୍କ ଉପକ୍ରମ ବିଏସଏନଏଲ ରାଜ୍ୟର ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କୁ ଲ୍ୟାଣ୍ଡଲାଇନ, ମୋବାଇଲ୍ ଏବଂ ଏଫଟିଟିଏଚ୍ (FTTH)ସେବା ଉପଲବ୍ଧ କରାଇବାକୁ ସର୍ବାଧିକ ଗୁରୁତ୍ୱ ଦେଇଆସୁଛି । ବିଏସଏନଏଲର ଆକର୍ଷଣୀୟ ଟାରିଫ୍ ପ୍ଲାନ ଯୋଗୁଁ ଗ୍ରାହକମାନଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିୟା ମିଳୁଛି । ଅପ୍ଟିକାଲ୍ ଫାଇବର ମାଧ୍ୟମରେ ଓ୍ୱାଇ-ଫାଇ, ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ସହିତ ଘରେ ରହି ଅନଲାଇନ୍ ମାଧ୍ୟମରେ କାର୍ଯ୍ୟ କରୁଥିବା ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ଏବଂ ଅନଲାଇନ ମାଧ୍ୟମରେ କ୍ଲାସରେ ଯୋଡିହେବା ପାଇଁ ସବୁବର୍ଗର ଛାତ୍ର/ଛାତ୍ରୀମାନଙ୍କର ବିଏସ୍ଏନ୍ଏଲ୍ ପ୍ରଥମ ପସନ୍ଦ I ଅପ୍ଟିକାଲ୍ ଫାଇବର ମାଧ୍ୟମରେ ଦୁର୍ଗମ ଗ୍ରାମାଞ୍ଚଳକୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇବା ଦିଗରେ ବିଏସଏନଏଲର ଭୂମିକା ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି I ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗରେ ଖୁବ୍ ଶୀଘ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଉନ୍ନତ ମାନର ଟାଓ୍ୱାର ସ୍ଥାପନ ସହିତ 4ଜି ସେବା ଉପଲବ୍ଧ କରାଇବାକୁ ଶ୍ରୀ ରୁଦ୍ରନାରାୟଣ ପଲାଇ ଦୃ଼ଢୋକ୍ତି ପ୍ରକାଶ କରିବା ସହିତ ଜନସାଧାରଣଙ୍କ ମତାମତକୁ ଅଗ୍ରାଧିକାର ଦେବାକୁ ଆଶାବ୍ୟକ୍ତ କରିଛନ୍ତି I
BREAKING NEWS
- Mangaluru Blast at MRPL: ରିଫାଇନାରୀ ଅଘଟଣରେ ଜଣେ ମୃତ, ୯ ଆହତ
- Jail or Hotel ? ଜନ ଆସନ୍ତୋଷ ପରେ ବୁଲିଲା ବୁଲଡୋଜର
- ନିର୍ବାଚନରେ ପୁଣି ବ୍ୟାଲଟ୍ ପେପର ଫେରାଇ ଆଣିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ଖର୍ଗେଙ୍କ ଦାବି
- ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ
- ରୁଷରେ ଫସିଯାଇଛନ୍ତି ତେଲେଙ୍ଗାନାର ଚାରି ଯୁବକ; ଚାକିରି ନାଁରେ ସେନାରେ ଜବରଦସ୍ତି ଭର୍ତ୍ତି କରାଇଦେବା ଅଭିଯୋଗ
- ଖରାପ କୋଲେଷ୍ଟେରଲ୍ ବ୍ୟତୀତ ଏହି ୬କାରଣ ହାର୍ଟ ପାାଇଁ ବିପଦ
- J&K Encounter: ପହଲଗାମ୍ ମାଷ୍ଟରମାଇଣ୍ଡ ହାଶିମ ମୂସା ନିପାତ
- ମଝି ଆକାଶରେ ପାଇଲଟକୁ ଛୁରାମାଡ଼, ଅଳ୍ପକେ ବର୍ତ୍ତିଲେ ୧୮୦ ଯାତ୍ରୀ
- ଭାରତକୁ ‘ଉଚ୍ଚଜାତି ହିନ୍ଦୁ ରାଷ୍ଟ୍ର’ କରିବା ପାଇଁ ଚାହୁଁଛି SIR: ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକଲା ପ୍ରଭାକର

Comments are closed.