ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନ୍ଡିଏ । ଜଗଦୀପ ଧନଖଡ଼ ହୋଇଛନ୍ତି ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ବିଜେପି ସଂସଦୀୟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଅଗଷ୍ଟ 6ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଜଗଦୀପଙ୍କ ନାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଟୁଇଟ କରିଛନ୍ତି ।
Kisan Putra Jagdeep Dhankhar Ji is known for his humility. He brings with him an illustrious legal, legislative and gubernatorial career. He has always worked for the well-being of farmers, youth, women and the marginalised. Glad that he will be our VP candidate. @jdhankhar1 pic.twitter.com/TJ0d05gAa8
— Narendra Modi (@narendramodi) July 16, 2022
ପ୍ରେସମିଟରେ ଜଗଦୀପ ଧନଖଡ଼ଙ୍କ ନାମ ଘୋଷଣା କରିଛନ୍ତି ଜେ ପି ନଡ୍ଡା । ଧନଖଡ ଏବେ ପଶ୍ଚିମବଂଗ ରାଜ୍ୟପାଳ ଅଛନ୍ତି । ଜଗଦୀପ ଧନଖଡଙ୍କର ଜନ୍ମ ରାଜସ୍ଥାନରେ 18 ମଇ 1951ରେ ହୋଇଥିଲା । ରାଜସ୍ଥାନର ଏକ ଛୋଟ ଗାଁ କିଥାନାରେ ଜନ୍ମଗ୍ରହଣ କରିଥିଲେ ଧନଖଡ। ସେ ଚିତ୍ତୋରଗଡର ସୈନିକ ସ୍କୁଲରୁ ତାଙ୍କ ସ୍କୁଲ୍ ଶିକ୍ଷା ସମାପ୍ତ କରିଥିଲେ ଏବଂ ପରେ ଜୟପୁରର ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ଧନଖଡ଼ ପ୍ରାଥମିକ ଶିକ୍ଷା କିଥାନା ଗ୍ରାମ ବିଦ୍ୟାଳୟରେ ଶେଷ କରିଥିଲେ।
ରାଜସ୍ଥାନର ଝୁନଝୁନ ଲୋକସଭା ଆସନରୁ ବିଜୟୀ ହୋଇ 1989-91 ପର୍ଯ୍ୟନ୍ତ ସାଂସଦ ଥିଲେ । 1993–98 ପର୍ଯ୍ୟନ୍ତ ରାଜସ୍ଥାନର କିଶାନଗଡରୁ ବିଧାନସଭା ଜିତି ବିଧାୟକ ଥିଲେ । ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ପୂର୍ବତନ ସଭାପତି ମଧ୍ୟ ଥିଲେ। 30 ଜୁଲାଇ 2019 ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ। ସେ ବର୍ତ୍ତମାନର ଭାରତର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର ପ୍ରାର୍ଥୀ ହୋଇଛନ୍ତି ।
ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିତିନ ଗଡକରୀ, ରାଜନାଥ ସିଂ, ବିଜେପି ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନ ଉପସ୍ଥିତ ଥିଲେ। ବୈଠକ ପରେ ଦଳର ଜାତୀୟ ସଭାପତି ଜେପି ନଡ୍ଡା ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ।
ଜେପି ନଡ୍ଡା କହିଥିଲେ ଯେ ସଂସଦୀୟ ବୋର୍ଡର ବୈଠକରେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହୋଇଥିଲା। ଅନେକ ନାମ ଉପରେ ବିଚାର କରିବା ପରେ, ସ୍ଥିର କରାଯାଇଥିଲା ଯେ ଏନଡିଏର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଜଗଦୀପ ଧନଖଡ଼ ହେବେ।
Comments are closed.