ମସ୍କୋ: ରୁଷିଆର ମହାନ ଟେନିସ ତାରକା ତଥା ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ମାରିଆ ଶାରାପୋଭା ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସୋସିଆଲ ମିଡିଆରେ ସେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି । ଶାରାପୋଭା ତାଙ୍କ ପୁଅର ନାମ ଥିଓଡର ରଖିଛନ୍ତି । ବ୍ରିଟେନର ବ୍ୟବସାୟର ଆଲେକଜାଣ୍ଡର ଗିଲକେସଙ୍କ ସହ ୨ ବର୍ଷ ପ୍ରେମ ସମ୍ପର୍କ ପରେ ଉଭୟ ୨୦୨୦ରେ ନିର୍ବନ୍ଧ କରିଥିଲେ । ଏପ୍ରିଲରେ ସେ ମାଆ ହେବାକୁ ଯାଉଛନ୍ତି ବୋଲି ଜଣାଇଥିଲେ । ଶାରାପୋଭା ବିଶ୍ୱର ୧୦ମ ମହିଳା ଖେଳାଳି ଭାବେ ସମସ୍ତ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଲଣ୍ଡନ ଅଲିମ୍ପିକ୍ସରେ ସେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ । ୩୫ ବର୍ଷୀୟ ଏହି ରୁଷୀୟ ଖେଳାଳି ଟେନିସ କୋର୍ଟରେ ପାଦ ଦେବାପରଠାରୁ ଦକ୍ଷତା, ପ୍ରତିଭା ଓ ଗ୍ଲାମର ପାଇଁ ଚର୍ଚ୍ଚିତ ହୋଇ ପଡିଥିଲେ । ଗିଲକେସ ଓ ଶାରାପୋଭା ସେମାନଙ୍କ ସଦ୍ୟଜାତ ସନ୍ତାନ ପାଖରେ ବସି ଭାବ ପ୍ରବଣ ହୋଇ ଦେଖିବାକୁ ମିଳିଛି ।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.