Latest Odisha News

ଭୃଷଙ୍ଗ ପତ୍ର ଖାଇଲେ କେଉଁସବୁ ରୋଗ ହୁଏନାହିଁ, ଜାଣନ୍ତୁ

ଭୁବନେଶ୍ୱର : ପ୍ରାୟ ପ୍ରତ୍ୟେକଙ୍କ ରୋଷେଇଘରେ ଭୃଷଙ୍ଗ ପତ୍ର ଥାଏ । ଏହାର ବ୍ୟବହାର ଦ୍ୱାରା ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । ଖାଲି ସ୍ୱାଦ ନୁହେଁ, ଦେହ ପାଇଁ ମଧ୍ୟ ଏହା ଖୁବ୍ ଲାଭଦାୟକ । ଆସନ୍ତୁ ଜାଣିବା ଭୃଷଙ୍ଗ ପତ୍ରର କେତୋଟି ଉପକାରିତା :

– ଭୃଷଙ୍ଗ ପତ୍ର ଶରୀରକୁ ପ୍ରଚୁର ମାତ୍ରାରେ ଆଇରନ ଯୋଗାଇଥାଏ ।
– ଏଥିରେ ଫଲିକ ଏସିଡ ମଧ୍ୟ ରହିଥାଏ । ଯାହା ନୂଆ ରକ୍ତକୋଷ ତିଆରି କରିବାରେ ସାହାଯ୍ୟ କରିଥାଏ ।
– ତାସହ ଭୃଷଙ୍ଗ ପତ୍ରର ନିତ୍ୟ ସେବନ ଦ୍ୱାରାଏହା ଏନିମିଆଠାରୁ ମଧ୍ୟ ଦୂରରେ ରଖିଥାଏ ।
– ଆହୁରି ମଧ୍ୟ ଭୃଷଙ୍ଗ ପତ୍ରରେ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଖାଇବା ଦ୍ୱାରା ଆମ ଶରୀରରେ ବ୍ଲଡ ସୁଗାର ମଧ୍ୟ ନିୟନ୍ତ୍ରିତ ରହିଥାଏ ।
– ଭୃଷଙ୍ଗ ପତ୍ର ଶରୀରରେ କୋଲେଷ୍ଟେ୍ରାଲର ମାତ୍ରାକୁ ମଧ୍ୟ ସନ୍ତୁଳିତ ରଖେ ।

Leave A Reply

Your email address will not be published.