Latest Odisha News

BREAKING NEWS

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ପ୍ରତିବାଦ, ବଢ଼ିଲା ସଚିବାଳୟ ସୁରକ୍ଷା

ଭୁବନେଶ୍ୱର/ଭଦ୍ରକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଇଁ ଡାକରା ଦିିଆଯାଇଛି।

ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ସେତେଟା ଦେଖିବାକୁ ମିଳିନି । କିନ୍ତୁ ପରିସ୍ଥିତି ଅଣାୟତ ହୋଇପାରେ ଆଶଙ୍କା କରି ସକାଳ ୯ଟା ସୁଦ୍ଧା ସଚିବାଳୟରେ ପହଁଚିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଲୋକସେବା ଭବନ ଓ ଖାରବେଳ ଭବନରେ ସଂଧ୍ୟା ୬ଟା ଯାଏ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାବାଦ ସକାଳ ୧୦ଟା ୧୫ ବେଳକୁ ଲୋକସେବା ଭବନର ମୁଖ୍ୟ ଫାଟକ ବନ୍ଦ ରହିବ। ପଛ ଫାଟକ ଦେଇ ଯିବା ଆସିବା ହେବ ବୋଲି ସୂଚନା ରହିଛି।

ବନ୍ଦ ପାଳନ ସମୟରେ ସରକାରୀ ଅଫିସ, ବ୍ୟବସାୟିକ ପ୍ରତିଷ୍ଠାନ, ଗାଡ଼ିମୋଟର ଓ ଟ୍ରେନ ଚଳାଚଳ ଆଦିକୁ ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ସମ୍ମୁଖରେ ପିକେଟିଂ ହୋଇପାରେ । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ଅନେକ ଘରୋଇ ସ୍କୁଲ ମଧ୍ୟ ନିଜଆଡ଼ୁ ଛୁଟି ଘୋଷଣା କରିଛନ୍ତି ।

ତେବେ ଭଦ୍ରକ ଜିଲ୍ଲାରେ ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ରାସ୍ତାରେ ଗାଡି ଚଳାଚଳ ସେତେଟା ନଥିବାବେଳେ ବନ୍ଦ ଡାକରା ଦେଇଥବା ସଂଗଠନର କର୍ମୀ ପିକେଟିଂ କରୁଛନ୍ତି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨ ତାରିଖରେ ବିଜେବି କଲେଜର ହଷ୍ଟେଲ ରୁମ ଭିତରେ ଏକ ବେଡରେ ବେକରେ ଦଉଡ଼ି ବାନ୍ଧି ଝୁଲି ପଡିଥିଲେ ରୁଚିକା ମହାନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ରୁଚିକା ଏକ ସୁଇସାଇଡାଲ ନୋଟ୍ ଛାଡି ଯାଇଥିଲେ । ଯେଉଁଥିରେ ସେ ତାଙ୍କର ମୃତ୍ୟୁ ପାଇଁ ତିନି ଜଣ ସିନିୟର ଛାତ୍ରୀଙ୍କୁ ଦାୟୀ କରିଥିଲେ। ହେଲେ ତିନି ସିନିୟରଙ୍କ ନାଁ ଲେଖିନଥିଲେ । ପରିବାର ଲୋକେ ମଧ୍ୟ ରୁଚିକା ରାଗିଂର ଶିକାର ହେଉଛି ବୋଲି କହିଥିବା ଗଣମାଧ୍ୟମ ଆଗରେ କହିଥିଲେ । କିନ୍ତୁ କାହାରି ନାଁ କହିନଥିଲେ।

Comments are closed.