ଅନୁଗାଳ: ପାଚେରୀ ଡେଇଁ ପାଲଲହଡା ଉପଖଣ୍ଡ କାରାଗାରରୁ ଦୁଇ ବିଚରାଧୀନ କଏଦୀ ଫେରାର। ଗତକାଲି ବିଳମ୍ବିତ ରାତିରେ ଦୁଇ କଏଦୀ ଫେରାର ହୋଇଥିବା ସୂଚନା ରହିଛି । ଜଣେ ଡ଼ିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ ଅନ୍ୟ ଜଣେ ଓଡ଼ଶ ଗ୍ରାମର ନେଣ୍ଟୁ ନାଏକ।
କଏଦୀ ମାନେ ରାତ୍ରି ଭୋଜନ କରିବା ପରେ ନିଜ ନିଜର କୋଠରୀକୁ ଯାଇଥିଲେ। ଝିପିଝିପି ବର୍ଷାର ସୁଯୋଗରେ ଏହି ଦୁଇ କଏଦୀ ଜେଲର ପାଚେରୀ ଡେଇଁ ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ଜେଲ କର୍ତ୍ତୃପକ୍ଷ ଖୋଜାଖୋଜି କରି ନପାଇବାରୁ ଥାନାରେ ଏତଲା ଦେଇଥିଲେ।
ପୋଲିସ ତଦନ୍ତ ଆରମ୍ଭ କରି ରାତି ତମାମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । କିନ୍ତୁ ଖବର ଲେଖାହେବା ସୁଦ୍ଧା ଦୁଇ ଫେରାର କଏଦୀଙ୍କୁ ଧରିବାରେ ସକ୍ଷମ ହୋଇପାରିନାହାନ୍ତି। ଏବେ ଜେଲରେ ମାତ୍ର ଛଅ ସାତ ଜଣ କଏଦୀ ଥିବାବେଳେ ଏବଂ କଏଦୀଙ୍କ ଠାରୁ ଜେଲ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିବା ପରେ ଦୁଇ ଜଣ କଏଦୀ ପାଚେରୀ ଡେଇଁ ଫେରାର ହୋଇଯିବା ଜେଲ ଅଧକାରୀଙ୍କ ପାରିବା ପଣିଆକୁ ପଦାରେ ପକାଇଛି।
Comments are closed.