ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତ ବିଜୟୀ ହୋଇଥିଲେ ମଧ୍ୟ ଏବେ ବି ବିରାଟ କୋହଲିଙ୍କ ଫର୍ମ ଚିନ୍ତାର କାରଣ ସାଜିଛି । ଏହି ଅବସରରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କହିଛନ୍ତି ମୋତେ ୨୦ ମିନିଟ ସମୟ ଦିଅ ମୁଁ କୋହଲିଙ୍କୁ ଫର୍ମକୁ ଫେରାଇ ଆଣିବି । ଅଫ ଷ୍ଟମ୍ପ ବାହାରକୁ ଯାଉଥିବା ବଲରେ ଆଉଟ ହେବା ସମସ୍ୟା ମଧ୍ୟ ଦୂର କରିପାରିବି । ଏହି ୭୩ ବର୍ଷୀୟ ମହାନ ବ୍ୟାଟ୍ସମ୍ୟାନଙ୍କ ମତରେ ଜଣେ ଓପନର ଭାବେ ମୁଁ ସମସ୍ୟା ସହ ଭଲ ଭାବେ ଅବଗତ । ଯଦି ଫର୍ମ ଭଲ ନ ଥାଏ ତାହାହେଲେ ବ୍ୟାଟ୍ସମ୍ୟାନ ରନ ସଂଗ୍ରହ କରିବା ପାଇଁ ଅଫ ସାଇଡ ବାହର ବଲକୁ ଖେଳିବାକୁ ଚେଷ୍ଟା କରିଥାଏ । ଏହିଠାରୁ ସମସ୍ୟା ଆରମ୍ଭ ହୋଇଥାଏ । ଇଂଲଣ୍ଡ ଗସ୍ତରେ କୋହଲି ୭୬ ରନ କରିଥିବା ବେଳେ ଏବେ ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ବିଶ୍ରାମ ନେଇଛନ୍ତି । ଶେଷ ୧୬ ଇନିଂସରେ ୨୯୪ ରନ କରିଛନ୍ତି । ଆଗକୁ ଟି୨୦ ବିଶ୍ୱକପ ଥିବାରୁ କୋହଲିଙ୍କ ଅଭିଜ୍ଞତା ଓ ଫର୍ମ ଦଳ ପାଇଁ ଜରୁରୀ । ଦେଖାଯାଉ ଗାଭାସ୍କରଙ୍କ ପାଖକୁ କୋହଲି ତ୍ରୁଟି ସୁଧାରିବା ପାଇଁ ଯାଉଛନ୍ତି କି ନାହିଁ ।
BREAKING NEWS
- ବାଂଲାଦେଶରେ ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ, ଏହି ଦିନ ପଡିବ ଭୋଟ୍…
- ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଓଡିଶା ମାଷ୍ଟର୍ସ ୨୦୨୫’; ଯୋଗଦେଲେ ମୁଖ୍ୟମନ୍ତ୍ରୀ
- Jajpur Buddhist Tourism: ବିକଶିତ ହେବ ଯାଜପୁରର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର…
- ନବରଙ୍ଗପୁରରେ ୩୫ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
- Road Accident: ବସ ସହ ବାଇକର ମୁହାଁମୁହିଁ ଧକ୍କା, ଅକାଳରେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ
- ହୀରାକୁଦ ଓ ସାତକୋଶିଆ ବିକାଶ ପାଇଁ ୧୯୯ କୋଟି ମଞ୍ଜୁର
- କଟକରେ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ଭିଭିପ୍ରସ୍ତର ସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ
- ଅର୍ଶଦୀପଙ୍କ ନାମରେ ଯୋଡି ହୋଇଗଲା ଅଲୋଡା ରେକର୍ଡ
- ବିହାରରେ କାୟା ମେଲାଇଛି ଏଚଆଇଭି; ୪୦୦ରୁ ଉର୍ଦ୍ଧ୍ବ ପିଲା ସଂକ୍ରମିତ…
- ଗୋଆ ଅଗ୍ନିକାଣ୍ଡ: ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ
Comments are closed.