Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] କାଶୀପୁରରେ ଚିହ୍ନଟ ହେଲା କଲେରା ଭୂତାଣୁ । ହେଲପଲାଇନ ନମ୍ବର ଜାରି

ରାୟଗଡା   : କାଶୀପୁରରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି । କାଶୀପୁର, ଟିକିରି ଓ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ବର୍ତ୍ତମାନ ଚିକିତ୍ସା ଚାଲିଛି । ଆକ୍ରାନ୍ତଙ୍କ ନମୂନା ଆରଏମଆରସିକୁ ପଠାଯାଇଥିଲା । ରିପୋର୍ଟରେ ହଇଜା ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସ୍ୱାଧାଦେବ ସିଂହ ।

କିଛି ବର୍ଷର ନିରବତା ପରେ ପୁଣି ଥରେ ରାୟଗଡା ଜିଲ୍ଲା କାଶିପୁର ବ୍ଲକକୁ ପୁଣି ଫେରିଛି ହଇଜା । ଝାଡାବାନ୍ତି ଆକ୍ରାନ୍ତରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଉର୍ଦ୍ଧ ରୋଗୀ କାଶିପୁର ଗୋଷ୍ଠୀ କେନ୍ଦ୍ର, ଟିକିରି ପ୍ରାଥମିକ ଗୋଷ୍ଠୀ କେନ୍ଦ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଆଦିତ୍ୟ ବିର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ପରିସ୍ଥିତିରେ ଝାଡା ବାନ୍ତି ସଂକ୍ରମଣ କେବଳ କାଶୀପୁର ନୁହଁ କାଶିପୁର ସୀମାନ୍ତକୁ ଲାଗି ରହିଥିବା କଳାହାଣ୍ଡି ଏବଂ କୋରାପୁଟ ପ୍ରତି ବିପଦ ସଂକେତ ଦେଇଛନ୍ତି ରିଜିଓନାଲ ମେଡିକାଲ ରିସର୍ଚ୍ଚସେଣ୍ଟର (ଆରଏମଆରସି) ର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ ।

୧୦ ଜଣଙ୍କ ଠାରୁ ସଂରୁହିତ ମାଳ ନମୁନା ମଧ୍ୟାଉ ୩ ଟିରେ ଭାଇବେରିଆ କଲେରା ଭୂତାଣୁ ଥିବା ଜଣାପଡିଛି ।  ରିପୋଟ ମିଳିବା ପରେ ସମ୍ପୃକ୍ତ ଆଞ୍ଚଳ ଦେଇ ବହି ଯାଉଥିବା ନଦୀ , ନାଳ , ପୋଖରୀ , କୂଅ , ନଳକୂପ ସମେତ ପାନିୟ କିମ୍ବା ଦୈନନ୍ଦିନ ବ୍ୟବହାର ଜଳ ଉଛକୁ ବ୍ୟବହା କରିବା ପାଇଁ ବାରଣ କରିଛି ଜିଲ୍ଲା ପ୍ରଶାସନ । ଲୋକଙ୍କ ବ୍ୟବହାର ପାଇଁ ସମ୍ପୃକ୍ତ ଅଞ୍ଚଳରେ ପାଣି ଟେଙ୍କର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ସ୍ଵଧା ଦେବ ସିଂ । ତା ସାଙ୍ଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୯୪୩୭୪୪୮୭୪୭ ନମ୍ବର ହେଲପ ଡେସ୍କ ନମ୍ବର ଜାରି କରାଯାଇଛି ।

ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କାଶୀପୁରା ସମସ୍ତ ୭ ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଚିକିଛାର ବ୍ୟବସ୍ଥା କରାଯାଇଥିବା ବେଳେ ଉଷାପଡା ଉତ୍କଳ ହସ୍ପିଟାଲରେ ୫୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ୱାର୍ଡ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ପାଇଁ ମହଜୁଦ ଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ କାଶୀପୁର ବ୍ଲକରେ ଗତ ୧୦ ଦିନ ଧରି ବ୍ୟାପିଥିବା ଝାଡାବାନ୍ତି ଏବେ ହଇଜାର ରୂପ ଧାରଣ କରିଛି । ଏଭଳିକି ଏହା ମହାମାରୀ ଆଡକୁ ଗତିକରୁଥିବା ଅନୁମାନ କରାଯାଉଛି ।

ବର୍ତମାନ ପୁଣି ଠାରେ କଲେରା ଜୀବାଣୁ ଚିହ୍ନଟ ପରେ ଯଦି ବର୍ଷା ଲାଗି ରହେ ତେବେ ରାୟଗଡା , କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପ୍ରତି ବିପଦ ସୃଷ୍ଟି କରିବ । ବିଶେଷ କରି କୋରାପୁଟ ଜିଲ୍ଲାର ଦଶମନ୍ତପୁର , ଲକ୍ଷ୍ମୀପୁର , ରାୟଗଡା ଜିଲ୍ଲାର କାଶୀପୁର , କଲ୍ୟାଣସିଂପୁର , କୋରାନରା , ବିଷମକଟକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଆଞ୍ଚଲ ପ୍ରତି ବିପଦ ଥିବା ଡା. ପାଲ କହିଛନ୍ତି ।

ବିଭିନ୍ନ ମେଡିକାଲରେ ୭୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭, ଉଷାପଡା ଉତ୍କଳ ହସ୍ପିଟାଲରେ ୩୨, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨, ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୧ ଓ କୋରାପୁଟ ସ୍ଥିତ ଏସଏଲଏନ ମେଡିକାଲ କଲେଜରେ ଜଣେ ଚିକିତ୍ସିତ ହେଉଥିବା ଜଣାପଡିଛି । ସେହିଭଳି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବାଟିମ ଆଜି ପ୍ରାୟ ୩୦ ଜଣଙ୍କ ଚିକିତ୍ସା କରିଛନ୍ତି ।

ଝାଡାବାନ୍ତି ସମ୍ପୂର୍ଣ ନିୟନ୍ତ୍ରଣକୁ ଆସୁନଥିବା ଓ ହଇଜା କାରଣରୁ ସମଗ୍ର କାଶୀପୁର ବ୍ଲକରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟିହୋଇଛି ।

 

Leave A Reply

Your email address will not be published.