ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ୪୮ତମ ଜାତୀୟ ଜୁନିୟର ସନ୍ତରଣ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । କର୍ଣ୍ଣାଟକ ସନ୍ତରଣକାରୀମାନେ ପ୍ରଭାବୀ ପ୍ରଦର୍ଶନ କରି ଚାମ୍ପିୟନ ହୋଇଛନ୍ତି । ଏହି ଚାମ୍ପିୟନଶିପରେ ୨୬ ନୂତନ ରେକର୍ଡ ସ୍ଥାପନ ହୋଇଛି । କର୍ଣ୍ଣାଟକର ହଷିକା ରାମଚନ୍ଦ୍ରନ ୪୦୦ ମିଟର ବାଳିକା ବିଭାଗ ମେଡଲୀରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ସେ ୫:୧୦.୭୦ ସେକେଣ୍ଡ ସମୟ ନେଇ ମହାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିଜଙ୍କ ୫:୧୩.୮୦ ରେକର୍ଡକୁ ଭଙ୍ଗ କରିଥିଲେ । ଏହି ବିଭାଗରେ ତେଲେଙ୍ଗାନାର ନିଥ୍ୟା ସାଗି ଓ ମହାରାଷ୍ଟ୍ରର ରାଘବି ରାମାନୁଜନ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଅପେକ୍ଷା ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ବାଳିକା ଗ୍ରୁପ ୨ରେ ନୂତନ ଜାତୀୟ ରେକର୍ଡ କରିଛନ୍ତି । ସେ ୨:୪୦.୩୬ ସେକେଣ୍ଡ ସମୟ ନେଇଥିଲେ । ପୂର୍ବରୁ ସାଲୋନୀ ଦଲାଲ(୨:୪୩.୧)ଙ୍କ ନାମରେ ଏହି ରେକର୍ଡ ଥିଲା । ୪୦୦ ମିଟର ବାଳିକା ୧ ମିଡଲେରେ ସାୟନି ଘୋଷ (୫:୧୫.୦୪)ଙ୍କ ରେକର୍ଡକୁ ତାମିଲନାଡୁର ଶକ୍ତି ଏସ (୫.୧୧.୭୭)ଭାଙ୍ଗି ଯାଇଛନ୍ତି । ବାଳକ ବିଭାଗର ଶ୍ରେଷ୍ଠ ସନ୍ତରଣକାରୀ ପୁରସ୍କାର କର୍ଣ୍ଣାଟକର ଉତ୍କର୍ଷ ପାଟିଲ ପାଇଥିବା ବେଳେ ମହାରାଷ୍ଟ୍ରର ଅପେକ୍ଷା ଶ୍ରେଷ୍ଠ ବାଳିକା ସନ୍ତରଣକାରୀ ହୋଇଛନ୍ତି । ୱାଟରପୋଲର ବାଳକ ଓ ବିଭାଗ ବିଭାଗ ଟାଇଟଲ ଯଥାକ୍ରମେ ବେଙ୍ଗଲ ଓ କେରଳ ହାସଲ କରିଛନ୍ତି ।
BREAKING NEWS
- Governor Braj Mohan Ram in Bhubaneswar:ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ..
- ଫାର୍ମା କମ୍ପାନୀରେ ଭୟଙ୍କର ବିସ୍ଫୋରଣ, ୫ ମୃତ…
- Sand Art of Goddess Durga: ବାଲିରେ ଫଳ ଏବଂ ପରିବାରେ ଝଟକୁଛନ୍ତି ମା’ ଦୁର୍ଗା, ପୁରୀ ବେଳାଭୂମିରେ ନିଜର ନିଆରା କଳାକୃତିରେ ଜଗତଜନନୀଙ୍କୁ ଧରାପୃଷ୍ଠକୁ ସ୍ବାଗତ ଜଣାଇଲେ ସୁଦର୍ଶନ…
- ଭୁବନେଶ୍ୱର ବିମାନବନ୍ଦରରୁ ୫ କେଜିରୁ ଊର୍ଦ୍ଧ୍ବ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ, ୪ ଅଟକ
- Tariffs on India: ତେଲ ପାଇଁ ବଦଳିଗଲେ ଟ୍ରମ୍ପ? ଭାରତକୁ ବଡ ଆଶ୍ବସ୍ତି, ୧୦୦% ଟାରିଫ୍ ନିଷ୍ପତ୍ତିରେ ବଡ଼ ମୋଡ଼…
- ଛାତ୍ର ସଂସଦ ନିର୍ବାଚନ; ଓଡ଼ିଶା ABVP ପ୍ରଦର୍ଶନକୁ ପ୍ରଶଂସା କଲେ ଅମିତ ଶାହ
- ଭିଜିଲାନ୍ସ ଜାଲରେ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ୨୧.୮୮ ଲକ୍ଷ ନଗଦ…
- Maha Saptami Puja: ମା’ ଦୁର୍ଗାଙ୍କ ଆଗମନରେ କମ୍ପୁଛି ଧରା! ଝଲସୁଛି ଟ୍ୱିନ୍ ସିଟି, ମହାସପ୍ତମୀରେ ମଣ୍ଡପରେ ଭକ୍ତଙ୍କ ଭିଡ଼…
- ଚଳିତ ମାସରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
- ବାଂଲାଦେଶର ଏକ ହିନ୍ଦୁ ମନ୍ଦିର ପରିସରରେ ଗୋମାଂସ ଖିଚିଡି ଭୋଜିକୁ ନେଇ ବିବାଦ

Comments are closed.