Latest Odisha News

ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର

ଭୁବନେଶ୍ୱର: କର୍କଟ ସହ ଲଢ଼ୁଥିଲେ, ହେଲେ ଜୀବନ ଯୁଦ୍ଧରେ ହାରିଗଲେ । ବୁଧବାର ବିଳମ୍ବିତ ରାତିରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ରଙ୍କ ବିୟୋଗ ଘଟିଛି । ବିଳମ୍ବିତ ରାତିରେ ରାଜେଶ୍ୱରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ପ୍ରଥମେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମେ ୨୦୧୯ରୁ ବ୍ରେନ୍ ଓ ଲଙ୍ଗ୍ସ କ୍ୟାନସର ସହ ଲଢ଼ୁଥିଲେ ରାଜେଶ୍ୱରୀ । କ୍ୟାନସର ହେବା ପରେ ସେ ଭାଙ୍ଗି ପଡ଼ି ନଥିଲେ । କହିଥିଲେ ନିଶ୍ଚିତ ମୁଁ କ୍ୟାନସରଠୁ ଜିତିବି ।

ଓଡ଼ିଶାରେ ଟେଲି ସିରିଏଲ୍ କ୍ଷେତ୍ରରେ ରାଜଶ୍ୱେରୀ ଜଣେ ଜଣାଶୁଣା ନାଁ । ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଦର୍ଶକୀୟ ଆଦୃତି ପାଇଥିଲେ । ‘ଉଆଁସୀ କନ୍ୟା’ ସିରିଏଲ୍ ମାଧ୍ୟମରେ ସେ ଲୋକପ୍ରିୟ ହୋଇ ପାରିଥିଲେ । ରାଜଶ୍ୱେରୀଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ବୁଧବାର ରାତି ପ୍ରାୟ ୨ଟା ୨୫ରେ ତାଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱରର ରାଜଶ୍ରୀ ଜଣେ ଆଙ୍କର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ନେଗେଟିଭ୍ ରୋଲ୍ ପାଇଁ ଘରେ ଘରେ ପରିଚିତ ଥିଲେ । ‘ଉଆଁସୀ କନ୍ୟା’ ସହ ‘ତୋ ପାଇଁ ମୁଁ’ ଓ ‘ସ୍ୱାଭିମାନ’ ସିରିଏଲରେ ଅଭିନୟ କରିଛନ୍ତି ।

Leave A Reply

Your email address will not be published.