Latest Odisha News

BREAKING NEWS

ଇଟାଲୀ ସ୍କୁଲରେ ବୁର୍ଖା ଓ ନକାବ ପିନ୍ଧିବା ଉପରେ କଟକଣା

ରୋମ୍: ଇଟାଲୀ ସରକାର ଦେଶର ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରମୁଖ ତଥା ବିବାଦୀୟ ସଂସ୍କାରକୁ ଚୂଡ଼ାନ୍ତ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସରକାରଙ୍କ ଦ୍ବାରା ଅଣାଯାଇଥିବା ଏହି ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନଠାରୁ ଦେଶର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ମୁହଁ ଘୋଡ଼ାଉଥିବା ପୋଷାକ ଯେପରିକି ବୁର୍ଖା ଏବଂ ନକାବ ପିନ୍ଧିବା ଉପରେ କଟକଣା ଲଗାଯାଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ସୁରକ୍ଷା ଓ ପରିଚୟ ସ୍ପଷ୍ଟତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମର ଉଲ୍ଲଂଘନ କଲେ ସମ୍ପୃକ୍ତ ଅଭିଭାବକ କିମ୍ବା ନାବାଳକ ଛାତ୍ରୀଙ୍କ ପାଇଁ ୧,୦୦୦ ୟୁରୋ (ପ୍ରାୟ ୧,୧୦୦ ଆମେରିକୀୟ ଡଲାର) ପର୍ଯ୍ୟନ୍ତ ଜରିମାନାର କଡ଼ା ବ୍ୟବସ୍ଥା କରାଯାଇଛି।

ଏହାବ୍ୟତୀତ, ନୂତନ ଶିକ୍ଷା ଆଇନ ଅନୁଯାୟୀ ସ୍କୁଲଗୁଡ଼ିକର ପ୍ରଥମ ବର୍ଷର କ୍ଲାସରୁମଗୁଡ଼ିକରେ ବିଦେଶୀ ମୂଳର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଉପରେ ୩୦ ପ୍ରତିଶତର ସର୍ବାଧିକ ସୀମା ଧାର୍ଯ୍ୟ କରାଯାଇଛି। କ୍ଲାସରୁମରେ ସଠିକ୍ ଭାବେ ସମନ୍ୱୟ ରକ୍ଷା କରିବା, ସାମାଜିକ ମିଶ୍ରଣକୁ ପ୍ରୋତ୍ସାହିତ କରିବା ଏବଂ ଇଟାଲୀୟ ଭାଷାର ପ୍ରସାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସରକାର ଯୁକ୍ତି ବାଢ଼ିଛନ୍ତି। ଏହାସହିତ ଯେଉଁ ବିଦେଶୀ ଅଭିଭାବକମାନେ ଦେଶର ଭାଷା ଜାଣିବାରେ ଅସୁବିଧା ଭୋଗୁଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାଷା ପାଠ୍ୟକ୍ରମ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ଏହି ଆଇନରେ ସାମିଲ କରାଯାଇଛି।

ସଂସଦର ‘ଚେମ୍ବର ଅଫ୍ ଡେପୁଟିଜ୍’ରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ୧୪୨-୧୧୨ ଭୋଟ୍ ବ୍ୟବଧାନରେ ପାସ ହୋଇଥିବାବେଳେ, ପୂର୍ବରୁ ସିନେଟ୍ ମଧ୍ୟ ଏହାକୁ ଅନୁମୋଦନ ଦେଇସାରିଥିଲା। ତେବେ ଏହି କଠୋର ନୂତନ ନିୟମକୁ ନେଇ ଦେଶରେ ରାଜନୈତିକ ତର୍କବିତର୍କ ଜୋର ଧରିଛି। ବିରୋଧୀ ଦଳଗୁଡ଼ିକ ଏହାକୁ ମୁସଲିମ ସମ୍ପ୍ରଦାୟ ଏବଂ ବିଦେଶୀ ପରିବାରଗୁଡ଼ିକ ପ୍ରତି ଏକ ଭେଦଭାବପୂର୍ଣ୍ଣ ଓ କ୍ଷତିକାରକ ନୀତି ବୋଲି କଡ଼ା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.