Latest Odisha News

BREAKING NEWS

ବ୍ରହ୍ମପୁରରେ ୧୦୦ ଗ୍ରାମ ବାଉନସୁଗର ଜବତ

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜଣେ ଯୁବକଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହି ଯୁବକ ଜଣଙ୍କ ଏକ ବାଇକରେ ବ୍ରାଉନ ସୁଗର ଧରି ବିକ୍ରି କରିବାକୁ ନେଉଥିବା ବେଳେ ଜାତୀୟ ରାଜପଥ-୧୬ ଡୁରା ନିକଟରେ ତାଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ ବ୍ରାଉନ ସୁଗର ସହ ନଗଦ ୪୫ ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ କରାଯାଇଛି । ଗିରଫ ଯୁବକ ଜଣଙ୍କ ହେଲେ ବ୍ରହ୍ମପୁର ଖାଜା ସାହିର ଏସକେ. ସମୀର(୨୧)। ଶୁକ୍ରବାର ପୂର୍ବାହ୍ନ ୧୦ଟା ବେଳେ ଜଣେ ଯୁବକ ବ୍ରାଉନ ସୁଗର ଧରି ବ୍ରହ୍ମପୁରରୁ ଗୋପାଳପୁର ଆଡକୁ ଯାଉଥିବା ଖବର ମିଳିବା ପରେ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତ ଓ ଗିତାଞ୍ଜଳୀ ସାହୁ ଅନ୍ୟ କର୍ମଚାରୀଙ୍କୁ ନେଇ ସମୀରର ପିଛା କରିଥିଲେ। ସମୀର ଜାତୀୟ ରାଜପଥ ଦେଇ ଡୁରା ଆଡେ ଯାଉଥିବା ବେଳେ ବିଭାଗୀୟ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଯାଞ୍ଚ ବେଳେ ତାଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗର ସହ ସେ ପୂର୍ବରୁ ୪୫ ହଜାର ଟଙ୍କା ଜବତ କରିଥିଲେ ।  ଅଭିଯୁକ୍ତ ସମୀର ଏହି ବ୍ରାଉନ ସୁଗର ବାଲେଶ୍ବରର ଜଳେଶ୍ବରରୁ ଆଣିଥିଲା ବୋଲି ଜେରା ବେଳେ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲା। ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗର ଡେପୁଟି କମିଶନର ଅଶୋକ ଶତପଥି କହିଛନ୍ତି।

Leave A Reply

Your email address will not be published.